ଓଡିଶା

odisha

ETV Bharat / state

କଟକରେ ପ୍ଲାଜମା ଦାନ ପାଇଁ ସଚେତନ କରିବେ ଜନପ୍ରତିନିଧି

କୋରୋନା ମୃତ୍ୟୁକୁ ରୋକିବା ପାଇଁ ପ୍ଲାଜମା ଥେରାପି ପ୍ରାୟତଃ ସଫଳ ହେବା ପରେ ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କଟକ ଜିଲ୍ଲାରେ କିପରି ଅଧିକ ପ୍ରଚାର ପ୍ରସାର କରାଯିବ ସେ ନେଇ କଟକ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

କଟକରେ ପ୍ଲାଜମା ଦାନ ପାଇଁ ଲୋକଙ୍କୁ ସଚେତନ କରିବେ ଜନପ୍ରତିନିଧି
କଟକରେ ପ୍ଲାଜମା ଦାନ ପାଇଁ ଲୋକଙ୍କୁ ସଚେତନ କରିବେ ଜନପ୍ରତିନିଧି

By

Published : Aug 7, 2020, 10:45 PM IST

କଟକ: ସାରା ବିଶ୍ବ କୋରୋନା ମହାମାରୀର କୋପରେ ଛଟପଟ । ଏଭଳି ସ୍ଥିତିରେ ଓଡିଶା ପାଇଁ ବରଦାନ ପ୍ରମାଣିତ ହୋଇଛି ପ୍ଲାଜମା ଥେରାପି । ଆଉ କୋରୋନା ମୃତ୍ୟୁକୁ ରୋକିବା ପାଇଁ ପ୍ଲାଜମା ଥେରାପି ପ୍ରାୟତଃ ସଫଳ ହେବା ପରେ ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କଟକ ଜିଲ୍ଲାରେ କିପରି ଅଧିକ ପ୍ରଚାର ପ୍ରସାର କରାଯିବ ସେ ନେଇ କଟକ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ସମୀକ୍ଷା କରିଛନ୍ତି ।

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିବା ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ଲୋକ ପ୍ରତିନିଧି ତଥା ବିଧାୟକମାନେ ଉପସ୍ଥିତ ଥିଲେ । ବିଶେଷକରି କୋରୋନାରୁ ସୁସ୍ଥ ହୋଇଥିବା ସଂକ୍ରମିତମାନଙ୍କୁ କିଭଳି ପ୍ଲାଜମା ଦାନ କରିବା ପାଇଁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

କଟକରେ ପ୍ଲାଜମା ଦାନ ପାଇଁ ଲୋକଙ୍କୁ ସଚେତନ କରିବେ ଜନପ୍ରତିନିଧି

ଏପର୍ଯ୍ୟନ୍ତ କଟକ ଜିଲ୍ଲାରେ ୩ ହଜାରରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୮ ଶହ ଲୋକ ୨୮ ଦିନ ହେବ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ସେମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ସଚେତନ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେହିପରି ଜିଲ୍ଲାପ୍ରଶାସନ ଜନପ୍ରତିନିଧିଙ୍କ ସହ ସମନ୍ୱୟ ରଖୁନଥିବା ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦବେଗ ପ୍ରକାଶ କରିଥିଲେ । ଏନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ତେବେ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ସମନ୍ୱୟ ରଖିବା ପାଇଁ ଏଡିଏମ ଜେନେରାଲଙ୍କୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details