କଟକ:ସହରରେ ଦ୍ବିତୀୟା ଘାଣ୍ଟ ପରମ୍ପରା । ଆସନ୍ତାକାଲି କଟକରେ ହେବାକୁ ଯାଉଛି ତୃତୀୟ ତଥା ଶେଷ ପର୍ଯ୍ୟାୟର ଗଣେଶ ଭସାଣି । ଘାଣ୍ଟ ତରକାରୀ ସହର ଗଣେଶ ପୂଜାର ରହିଛି ଅନେକ ନିବିଡ ସମ୍ପର୍କ । ଏହାର ବିଶେଷତ୍ବ ହେଲା ସହରର ପ୍ରତେକ ପୂଜା ମଣ୍ଡପରେ ଦ୍ବିତୀୟା ଘାଣ୍ଟ ଭୋଗ ଲାଗିଲା ପରେ ହିଁ ଗଣେଶ ଭସାଣି କରାଯିବାର ପରିମ୍ପରା ରହିଛି । ଆଜି ସହରର ମଙ୍ଗଳାବାଗ ବଣିଆ ସାହିର ବୁଢ଼ା ଗଣେଶଙ୍କ ସମେତ ସମସ୍ତ ସାହିର ପୂଜା ମଣ୍ଡପରେ ଘାଣ୍ଟ ଭୋଗ ଲାଗିଛି ।
ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଦ୍ବିତୀୟା ଓଷା । ଦ୍ବିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଏହି ହିସାବରେ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେଉଛି ଦ୍ବିତୀୟା ଘାଣ୍ଟ ତରକାରୀ ।ଏହି ଦ୍ବିତୀୟା ଘାଣ୍ଟ ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସୁଥିବାବେଳେ ଆଜିର ଯୁବପୀଢି ମଧ୍ୟ ଏହାକୁ ବଜାୟ ରଖିଆସିଛନ୍ତି ।
କଟକ ସହରର ବକ୍ସିବଜାର, ଯୋବ୍ରା, ନୂଆପାଟଣା ବଣିଆ ସାହିରେ କାହିଁ କେତେ ବର୍ଷ ବର୍ଷ ଧରି ପୂଜା ପାଉଛନ୍ତି ବୁଢ଼ା ଗଣେଶ । ଗଜାନନଙ୍କ ମସ୍ତକକୁ ମହାଦେବ ଛେଦନ କରିବା ବେଳେ ଦେହର ରଙ୍ଗ ଅନୁସାରେ ବୁଢ଼ା ଗଣେଶଙ୍କ ରଙ୍ଗ ଲାଲ ରହିଛି । ସହରର ବୁଢ଼ା ଗଣେଶ ଶହଶହ ବର୍ଷରୁ ଦ୍ବିତୀୟା ଘାଣ୍ଟ ଖାଇବା ପର ଦିନ ବିସର୍ଜନ ନିମନ୍ତେ ଯାଇଥାଆନ୍ତି । ଏହି ପରମ୍ପରାକୁ ଏବେ ମଧ୍ୟ ପୂଜା କମିଟିର ସଦସ୍ୟମାନେ ପାଳନ କରିଆସୁଛନ୍ତି। ପାଖାପାଖି ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଅଛି ।