କଟକ: ପୋଲିସ ଜାଲରେ କୁଖ୍ୟାତ ଅପରାଧୀ । ଗିରଫ ହେଲା ଚୋରା ମଦ କାରବାରର କିଙ୍ଗପିନ ଜିତେନ୍ଦ୍ର ବସ୍ତିଆ। ଶନିବାର ରାତିରେ ଚୋରା ମଦ କାରବାର କରୁଥିବା ସମୟରେ କଟକ ମାଲଗୋଦାମ ପୋଲିସ ଜିତେନ୍ଦ୍ର ଓରଫ ରାଜାକୁ ଗିରଫ କରିଛି ।
ଚୋରା ମଦ କାରବାର ଅଭିଯୋଗରେ କୁଖ୍ୟାତ ଅପରାଧୀ ଗିରଫ - illigal alcohol supply accused
ଶନିବାର ରାତିରେ ଚୋରା ମଦ କାରବାର କରୁଥିବା ସମୟରେ କଟକ ମାଲଗୋଦାମ ପୋଲିସ ଜିତେନ୍ଦ୍ର ଓରଫ ରାଜାକୁ ଗିରଫ କରିଛି ।
![ଚୋରା ମଦ କାରବାର ଅଭିଯୋଗରେ କୁଖ୍ୟାତ ଅପରାଧୀ ଗିରଫ smuggling case](https://etvbharatimages.akamaized.net/etvbharat/prod-images/768-512-7138155-715-7138155-1589097245544.jpg)
କୁଖ୍ୟାତ ଅପରାଧୀ ଗିରଫ
ଗିରଫ ସମୟରେ 3 ପେଟି ମଦ ବୋତଲ ଓ ଏକ ଗାଡି ମଧ୍ୟ ଜବତ କରିଛି ପୋଲିସ । ତେବେ ଜିତେନ୍ଦ୍ର ନାଁରେ ଅନେକ ସଙ୍ଗିନ ମାମଲା କଟକର ବିଭିନ୍ନ ଥାନାରେ ରହିଛି । ବିଶେଷ କରି ହତ୍ୟା, ଚୋରି ଓ ଡ଼କାୟତି ଇତ୍ୟାଦି ମାମଲା ରହିଛି। ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ