କଟକ:କଟକରେ ଡାକ୍ତରଙ୍କ ଘରେ ବେଧଡକ ଚାଲିଥିଲାବେଆଇନ ଲିଙ୍ଗ ନିରୂପଣ । ବେଆଇନ ଅଲଟ୍ରାସାଉଣ୍ଡ କରିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ଚଢ଼ାଉ ହେବା ପରେ ଆକ୍ସନ ମୋଡରେ ଆସିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ସୂଚନା ମିଳିଲେ ଚଢ଼ାଉ ହେବା ସହିତ ଏଣିକି ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣାରେ ବ୍ୟବହୃତ ମେସିନ ଜବତ ହୋଇଥିବାବେଳେ ଜଣେ ଡାକ୍ତର ଅଟକ ରହିଥିଲେ । ଅଭିଯୁକ୍ତ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ଚଢ଼ାଉ ହେବା ପରେ ଆକ୍ସନ ମୋଡ ରେ ଆସିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଏଣିକି ହେବ ଆଇନଗତ କାର୍ଯ୍ୟନୁଷ୍ଠାନ । ସୂଚନା ମିଳିଲେ ହେବ ଚଢ଼ାଉ କହିଲେ ସିଡିଏମଓ ।
ସୂଚନା ଅନୁସାରେ, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ପୁଣ୍ୟ ଶ୍ଳୋକ ଦାସ୍ ନାମକ ଜଣେ ଡାକ୍ତର ତାଙ୍କର ଘରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବାର ଅଭିଯୋଗ ଆସିଥିଲା । ଖବର ପାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ , ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ ଲିଙ୍ଗ ନିରୂପଣ କାର୍ଯ୍ୟ ଚାଲିଥିବାବେଳେ ହିଁ ରେଡ୍ ହ୍ୟାଣ୍ଡରେ ଧରାପଡିଥିଲେ ଅଭିଯୁକ୍ତ ଡାକ୍ତର।ଏହି ସମୟରେ ଡାକ୍ତରଙ୍କ ଘରେ ପାଖାପାଖି ୧୦ ଜଣ ଗର୍ଭବତୀ ମହିଳା ଉପସ୍ଥିତ ଥିଲେ। ଚଢାଉ ସମୟରେ ନିରୂପଣ କରିବା ପାଇଁ ବ୍ୟବହାର କରାଯାଉଥିବା କେମିକାଲ, ପୋର୍ଟେବୁଲ୍ ମେସିନ ସମେତ ଅନ୍ୟ ଯନ୍ତ୍ରପାତି ଗୁଡ଼ିକୁ ଜବତ କରାଯାଇଛି। ଡାକ୍ତର ଜଣକ ପୁରୀ ଅଞ୍ଚଳରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ନିଜର ଆବାସରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଜଣାପଡିଛି ।