ଓଡିଶା

odisha

By

Published : Oct 19, 2022, 3:21 PM IST

ETV Bharat / state

ଜଗତପୁରରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ, 6 ଅଟକ

ଜଗତପୁରରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ । କଟକ ଜିଲ୍ଲା ପଦ୍ମପୁର ଓ ତ୍ରିଲୋଚନପୁର ଅଞ୍ଚଳରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବାଣ ଜବତ ସହ 6 ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

illegal crackers seized in jagatpur
ଜଗତପୁରରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ, 6 ଅଟକ

କଟକ:ସିଲଭର ସିଟିରେ ବେଆଇନ ବାଣ କାରବାର । ଜଗତପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କଟକ କମିଶନରେଟ ପୋଲିସ ।

ଜଗତପୁରରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ଜଗତପୁରରୁ ବିପୁଳ ପରିମାଣର ବେଆଇନ ବାଣ ଜବତ । ପଦ୍ମପୁର ଓ ତ୍ରିଲୋଚନପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି ଜଗତପୁର ପୋଲିସ । ବିଭିନ୍ନ ପ୍ରକାରର ବାଣ ସମେତ ବାଣ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୋଲିସ 6 ଜଣଙ୍କୁ ଅଟକ ରହିଛି ।

ବାଣ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ, ଘଡି, ରଞ୍ଜକ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଅଟକ ଥିବା 6 ଜଣ ବ୍ୟବସାୟୀଙ୍କୁ ବେଆଇନ କାରବାର ଉପରେ ପଚରାଉଚରା ଜାରି ରଖିଛି ପୋଲିସ । ଆଗକୁ ଦୀପାବଳି ଆସୁଥିବାରୁ ପୋଲିସ ଏବେ ଠାରୁ ବେଆଇନ ବାଣ ଗୋଦାମମାନଙ୍କରେ ଚଢ଼ାଉ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ, ୪ ଅଟକ

ଗତ ବର୍ଷ ମଧ୍ୟ କଟକ ଖାନନଗର ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଥିଲା କମିଶନରେଟ ପୋଲିସ । ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଥିଲା । ସେହିପରି ନିମଚଉଡି ଅଞ୍ଚଳରେ ଲାଲବାଗ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details