ଓଡିଶା

odisha

By

Published : Nov 3, 2021, 10:34 PM IST

ETV Bharat / state

୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ

ପୁରୀଘାଟ ଥାନା ପୋଲିସ ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଜଣକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଅଧିକ ପଢନ୍ତୁ...

ପୁରିଘାଟ ଥାନା ବେଆଇନ ବାଣ ମାମଲା, ଜଣେ ଅଟକ
ପୁରିଘାଟ ଥାନା ବେଆଇନ ବାଣ ମାମଲା, ଜଣେ ଅଟକ

କଟକ: ବେଆଇନ ବାଣ ଅଭିଯୋଗରେ ପୁଣି ଏକ ମାମଲା । ପୁରୀଘାଟ ଥାନା ପୋଲିସ ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଏହାସହ ଜଣକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ ।

ପୁରିଘାଟ ଥାନା ବେଆଇନ ବାଣ ମାମଲା, ଜଣେ ଅଟକ

ସୂଚନା ଅନୁଯାୟୀ କଟକ କାଠଗଡା ସାହି ଅଞ୍ଚଳର ଚନ୍ଦନ ସାହୁ ଘରେ ବେଆଇନ ଭାବେ ବାଣ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହା ପରେ ପୁରୀଘାଟ ଥାନା ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିବା ସହ ଜଣକୁ ଅଟକ ରଖାଯାଇଛି । ତେବେ କମିଶନରେଟ ପୋଲିସ ଏହି ଅଭିଯାନକୁ ବେଶ ଫୋକସରେ ରଖିଛି । ଯିଏ ଵି ବେଆଇନ କାରବାର କରୁଛି, ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ସୂଚନଥାଉକି କୋରୋନା ମହାମାରୀ ଯୋଗୁଁ ବାଣ ଉପରେ କଟକଣା ଜାରି କରିଛନ୍ତି ସରକାର । କେବଳ ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କୁ ବିକ୍ରୟ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details