ଓଡିଶା

odisha

By

Published : Oct 26, 2019, 9:45 AM IST

Updated : Oct 26, 2019, 3:59 PM IST

ETV Bharat / state

ବାଣ ଗୋଦାମରେ ଚଢାଉ; 5ଲକ୍ଷ ଟଙ୍କାର ବାଣ ଜବତ, 3 ଅଟକ

କଟକ ଜଗତପୁରସ୍ଥିତ ବାଣ ଗୋଦାମରେ ପୋଲିସର ଚଢାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ସହ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ । ଘଟଣାରେ 3 ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ

କଟକ: ରାତି ପାହିଲେ ସାରା ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ରବିବାର ଦୀପାବଳି ଥିବାବେଳେ ଶନିବାର ସକାଳେ କଟକ ଜଗତପୁରସ୍ଥିତ ବାଣ ଗୋଦାମରେ ଚଢାଉ କରିଛି ଜଗତପୁର ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ ହୋଇଛି । ଏଥିସହିତ ଘଟଣାରେ 3 ଜଣଙ୍କୁ ଅଟକ ରଖିଛି ପୋଲିସ । ଜବତ ବାଣର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ
ବେଆଇ ବାଣ କାରଖାନାରେ ପୋଲିସ ଚଢାଉ

ଇସଲାମପୁର, ତ୍ରିଲୋଚନପୁର ଆଦି ଅଞ୍ଚଳରେ ବେଆଇନ ବାଣ ଗୋଦାମ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହି କ୍ରମରେ ଶନିବାର ସକାଳେ ଉକ୍ତ ସ୍ଥାନ ଗୁଡିକରେ ଜଗତପୁର ଥାନା ପୋଲିସ ଚଢାଉ କରିଥିଲା । ତେବେ ଉକ୍ତ ଘଟଣାରେ ବାଣ ଚାଲାଣ କରାଯାଉଥିବା ଗୋଟିଏ ପିକଅପ୍ ଗାଡି ଜବତ କରିଛି ପୋଲିସ । ବେଆଇନ ଭାବେ ବାଣ ପ୍ରସ୍ତୁତ କରିବା ଅଭିଯୋଗରେ 3 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଏଥି ସହ ବାଣ ପ୍ରସ୍ତୁତ ପାଇଁ ଲୁହା ଗୁଣ୍ଡ, ରଙ୍ଗ ଆଦି ସାମଗ୍ରୀ ଜବତ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 26, 2019, 3:59 PM IST

ABOUT THE AUTHOR

...view details