ଓଡିଶା

odisha

ବେଆଇନ ଗୋରୁ ଚାଲାଣ, ୨ ଅଟକ

By ETV Bharat Odisha Team

Published : Oct 8, 2023, 9:50 AM IST

Updated : Oct 8, 2023, 1:03 PM IST

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ରହମ୍ଭାଠାରେ ବେଆଇନ ଗୋରୁ ଚାଲାଣ । ଗୋରୁଙ୍କୁ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖିଛି ଗୋବିନ୍ଦପୁର ପୋଲିସ । ଅଧିକ ପଢନ୍ତୁ

illegal cow smuggling
illegal cow smuggling

illegal cow smuggling

ନିଆଳି:ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ଆଇନ କାନୁନକୁ ଫାଙ୍କି ଗୋରୁ ମାଫିଆ ଦିନ ଦ୍ବିପହରରେ ଗୋରୁ,ଗାଈ ଚାଲାଣ କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଗତକାଲି ରାତିରେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ରହମ୍ଭାଠାରେ ବେଆଇନ ଗୋରୁ ଚାଲାଣ ବେଳେ ଅନେକ ଗୋରୁଙ୍କୁ ଜବତ କରିଛି ଗୋବିନ୍ଦପୁର ପୋଲିସ । ତେବେ ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି ।

ସୂଚନା ମୁତାବକ, ଗତକାଲି ରାତିରେ କଟକ ଗୋବିନ୍ଦପୁର ଥାନା ରହମ୍ଭା ଠାରେ ଗୋ ଚାଲଣ ହେଉଥିବାର ଖବର ପାଇଥିଲେ । ଏନେଇ ନିଆଳି ବଜରଙ୍ଗ କର୍ମୀ ଆଇଚର ଗାଡିକୁ ଅଟକ ରଖି ଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇଚର ଗାଡ଼ି ସହ ଅନେକ ଗାଈ ଓ ବାଛୁରୀ ଛୁଆଙ୍କୁ ଜବତ କରିଥିଲା । ଏଥିସହ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ତେବେ ଏନେଇ ନିଆଳି ଅଞ୍ଚଳରୁ ବାରମ୍ବାର ଗୋଚାଲଣ ହେଉଥିବା ବଜରଙ୍ଗ କର୍ମୀ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଗୋବିନ୍ଦପୁର ପୋଲିସ ପ୍ରକାଶ କରିଛି ।

ତେବେ ଗୋରୁ ଗାଈ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲାଣ ସମୟରେ ଗୋରୁଙ୍କ ସ୍ବାସ୍ଥ୍ୟ ସମ୍ପର୍କୀୟ ଏକ ତଥ୍ୟ ତଥା ଲିଖିତ କାଗଜପତ୍ର ଦେବା, ସମ୍ପୃକ୍ତ ଅଞ୍ଚଳର ସରକାରୀ ପଶୁ ଚିକିତ୍ସା ଅଧିକାରୀ ସାର୍ଟିଫିକେଟ୍‌ ଦେବା , ସେହିପରି ଗାଡ଼ିର ଫିଟ୍‌ନେସ୍‌ ଓ ଆବଶ୍ୟକ କାଗଜପତ୍ର ଦେବା ଏବଂ ସେହି ଗାଡ଼ିରେ କେତେ ଗୋରୁ, ଗାଈ ଏବଂ ବାଛୁରୀ ଯାଇ ପାରିବେ ଆଦି ନେଇ ସମସ୍ତ ନିୟମ ରହିଛି । ସେହିପରି ଦିନକୁ ୨୦ କିମି ଦୂରତ୍ବ ପର୍ଯ୍ୟନ୍ତ ଯାନରେ ଗୋରୁ ଗାଈ ଯାଇପାରିବେ । ୨୦ କିମି ମଧ୍ୟରେ ପଶୁ ସମ୍ପଦ ବିଭାଗ ଡାକ୍ତର ଚାଲାଣ ହେଉଥିବା ଗୋରୁ, ଗାଈ ଏବଂ ବାଛୁରୀ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବାର ନିୟମ ରହିଛି ।

ଏହା ମଧ୍ୟ ପଢନ୍ତୁ- ବସରେ ଯାତ୍ରୀ ବଦଳରେ ଗୋ ଚାଲାଣ

ଏଥିସହ ଚାଲାଣ ହେଉଥିବା ଗୋରୁ, ଗାଈ ଏବଂ ବାଛୁରୀ କେଉଁ ଉଦ୍ଦେଶ୍ୟରେ କାହିଁକି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବାର ମଧ୍ୟ ନିୟମ ରହିଛି । କିନ୍ତୁ ଏତେ ସବୁ ନିୟମ ରହିଥିବା ବେଳେ ଏହାକୁ ଅନୁସରଣ ନକରି କିଭଳି ଗୋରୁ, ଗାଈ ଏବଂ ବାଛୁରୀ ଚୋରା ଚାଲାଣ ହେଉଛି ଏନେଇ ବଜରଙ୍ଗ ଦଳ କର୍ମୀ ମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Oct 8, 2023, 1:03 PM IST

ABOUT THE AUTHOR

...view details