ନିଆଳି: ରାଜ୍ୟରେ ଉପର ମୁହାଁ ପାରଦ । ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି । ସବୁଠି ୪୦ ଡିଗ୍ରୀ ତାପମାତ୍ରା । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳରେ ବେଆଇନ ଇଟାଭାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ତହସିଲ ମାଧବ ପଞ୍ଚାୟତ, ନିମାପଡ଼ା ତହସିଲ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ଏବଂ ଭୋଦର ସମେତ ଚାରିଛକର ଆଖପାଖ ଅଞ୍ଚଳରେ ଅବାଧରେ ବେଧଡ଼କ ବେଆଇନ ଭାବରେ ଇଟାଭାଟି କରାଯାଇଛି । ଫଳରେ ବଢୁଥିବା ତାପମାତ୍ରାକୁ ଇଟା ପୋଡ଼ା ଯୋଗୁଁ ତାପମାତ୍ରା ଅଧିକ ଅନୁଭବ ହେବା ସହ ପରିବେଶ ନଷ୍ଟ କରୁଛି ।
ଅଧିକ ପଢ଼ନ୍ତୁ: Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର
ସମାଜସେବୀ କହିଛନ୍ତି, "ବେଆଇନ ଇଟାଭାଟି କାରଣରୁ ଗରମ ଦିନରେ ଅଧିକ ଉତ୍ତାପ ବୃଦ୍ଧି ପାଉଛି । ଜନବସତି ନିକଟରେ ବେଆଇନ୍ ଭାବେ ଭାଟି ନିର୍ମାଣ କରାଣରୁ ଉତ୍ତାପ ବଢିବା ସହ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି । ଫଳରେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।" ସ୍ଥାନୀୟ ଲୋକଙ୍କ ଆଭିଯୋଗ ଆନୁଯାୟୀ ରାଜସ୍ବ ଅଧିକାରୀ ଓ ତହସିଲଦାର ବେଆଇନ ଭାବେ କାର୍ଯ୍ୟ କରୁଥିବା ଭାଟି ମାଲକଙ୍କ ଉପରେ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ନଚେତ ୪୦ ଡିଗ୍ରୀ ଉପରେ ପାରଦ ଥିବା ବେଳେ କିଭଳି ଏସବୁ ଅଞ୍ଚଳରେ ଇଟାଭାଟି ମାଲିକମାନଙ୍କ ଦ୍ବାରା ଇଟା ପୋଡା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ। ଏହାସହ ପ୍ରଦୂଷଣ ବୋର୍ଡର ବିନା ଅନୁମତିରେ କିପରି ବେଆଇନ୍ ଭାବେ ଇଟା ଭାଟି କାର୍ଯ୍ୟ କରୁଛି । ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।