କଟକ: ଏସିବିରୁ ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ ହାଇଦର । ତେବେ ତାଙ୍କର ଚିକିତ୍ସା ଦାୟିତ୍ବରେ ଥିବା ନର୍ସ ଦେଇଛନ୍ତି ଏମିତି କିଛି ଚାଞ୍ଚଲ୍ୟକର ବୟାନ । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବଭାବିକ ।
ନର୍ସଙ୍କ ମୁହଁରୁ ଫେରାର ପରର ଦୃଶ୍ୟ, ବିରିୟାନି ପାର୍ଟି ଦେଇ ହାଇଦର ଚମ୍ପଟ
ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ ହାଇଦର । ତେବେ ତାଙ୍କର ଚିକିତ୍ସା ଦାୟିତ୍ବରେ ଥିବା ନର୍ସ ଦେଇଛନ୍ତି ଏମିତି କିଛି ଚାଞ୍ଚଲ୍ୟକର ବୟାନ । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବଭାବିକ । ଅଧିକ ପଢନ୍ତୁ....
ନର୍ସ ବଖାଣିଲେ କେମିତି ଥିଲା ହାଇଦର ଫେରାର ପରର ଦୃଶ୍ୟ
ତେବେ ନର୍ସଙ୍କ କହିବା ଅନୁସାରେ" ସେ ହାଇଦରଙ୍କ ପାଖକୁ ଶେଷ ଥର ପାଇଁ ସାଢେ ତିନିଟା ବେଳେ ଯାଇଥିଲେ । ସେତବେଳେ ତାଙ୍କ ପାଖରେ ଦୁଇ ତିନି ଜଣ ଲୋକ ଥିଲେ । ସମସ୍ତେ ବିରିୟାନି ଖାଉଥିଲେ । ଆଉ ଯେତେବେଳେ ସେ ପୁଣି ସାଢେ 5ଟା ବେଳେ ତାଙ୍କ କ୍ୟାବିନକୁ ଇଞ୍ଜେକ୍ସନ୍ ଦେବା ପାଇଁ ଗଲେ ସେତବେଳେ କ୍ୟାବିନ୍ ବାହାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀ ଅଚେତ ହୋଇ ପଡ଼ିଥିଲେ । ଆଉ କ୍ୟାବିନରେ କେହି ନଥିଲେ ବୋଲି କହିଛନ୍ତି ଏସସିବି ସର୍ଜରୀ ଓ୍ବାର୍ଡର ନର୍ସ ମାନସୀରାଣୀ ପାଣି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Apr 11, 2021, 8:47 AM IST