ନିଆଳି : ଶତାଧିକ ଜମାକାରୀଙ୍କ ଜମା ଖାତ ଓ ଋଣ ଖାତାରୁ ଲକ୍ଷାଧିକ ଟଙ୍କା ଗାଏବ । ଏସମ୍ପର୍କରେ ଜମାକାରୀ ଜାଣିଲା ପରେ ବ୍ୟାଙ୍କ ସମ୍ମୁଖରେ ପହଁଞ୍ଚି ଆନ୍ଦାେଳନ କରିଥିଲେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ । ସୂଚନା ମୂତାବକ ଶତାଧିକ ଜମାକାରୀଙ୍କ ଖାତାରୁ ପାଖାପାଖି ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ଜମାକରୀଙ୍କ ଆକାଉଣ୍ଟରୁ ଭିନ୍ନଭିନ୍ନ ସମୟରେ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ମହିଳା ଗ୍ରୁପ ଠାରୁ ଆରମ୍ଭ କରି ବ୍ୟବସାୟୀ ଚାଷୀ ମୂଲିଆ ପର୍ଯ୍ୟନ୍ତ ସମସ୍ତଙ୍କ ଜମାଖାତାରୁ ୧୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମକାରୀଙ୍କ ଅଜାଣତରେ ଲୁଟ୍ ହୋଇଛି। ବ୍ୟାଙ୍କ୍ କର୍ମଚାରୀଙ୍କୁ ଜମାକାରୀ ପାସବୁକ୍ update ପାଇଁ କହୁଥିଲେ । ହେଲେ ମାସ ମାସ ଧରି ମେସିନ ଖରାପ ଥିବା ଦର୍ଶାଇ ବ୍ୟାଙ୍କ୍ କର୍ମଚାରୀ ପାସବୁକ୍ update କରୁନଥିଲେ ।