କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ତଃରାଜ୍ୟ ଗଞ୍ଜେଇ କାରବାର । ଅବକାରୀ ବିଭାଗ ଆଖିରେ ଧୂଳି ପକାଇ ବେଧଡକ ଗଞ୍ଜେଇ କାରବାର ଚାଲିଛି । ଟାଙ୍ଗୀ ସ୍ଥିତ ଡ୍ରିମସ କଲେଜ ଛକରୁ ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ କଲା କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।
ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢାଉ, 3 କ୍ୱିଣ୍ଟାଲ ଗଞ୍ଜେଇ ଜବତ - କଟକରେ ଗଞ୍ଜେଇ ଚାଲାଣ
ଅନ୍ତଃରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ଆପଣାଇଥିଲେ ଅଭିନବ ଉପାୟ । ଫିଲ୍ମ ଷ୍ଟାଲରେ ଧରିଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । ଅଧିକ ପଢ଼ନ୍ତୁ
ଜବତ ଚୋରା ଗଞେଇ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାର୍ଡର ଟିମ ପକ୍ଷରୁ ଚଢ଼ାଉ କରି ଜବତ କରାଯାଇଛି । ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବା ସୂଚନା ରହିଛି । ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର ହୋଇଥିବା ବେଳେ ୨ ଜଣ କନ୍ଧମାଳର ଅଛନ୍ତି । ଚଢ଼ାଉ ବେଳେ ଗୋଟିଏ ଟାଟା ଏସି ଓ ଗୋଟିଏ ଦାମୀ କାର ମଧ୍ୟ ଜବତ କରାଯାଇଛି। ଅନ୍ୟପଟେ ଅବକାରୀ କମିଶନର ଆଶିଷ ସିଂ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ