ଓଡିଶା

odisha

ETV Bharat / state

ଆଜି ଧନତେରସ, ସିଲଭର ସିଟିରେ ଅଫରର ମଜା ଉଠାଉଛନ୍ତି ଗ୍ରାହକ - କଟକର ସୁନା ଦୋକନାରେ ଭିଡ

ଆଜି ପବିତ୍ର ଧନତେରସ(Dhanteras)। ଆଜି ସୁନା କିଣିବାର ପ୍ରଥା ରହିଥିବାବେଳେ ଗହଣା ସିଲଭରସିଟିର ବିଭିନ୍ନ ଗହଣା ଦୋକାନରେ ଲାଗିଛି ଖଚାଖଚ ଭିଡ । ଅଧିକ ପଢନ୍ତୁ

ଆଜି ଧନତେରସ
ଆଜି ଧନତେରସ

By

Published : Oct 23, 2022, 4:05 PM IST

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଦିନକ ପୂର୍ବରୁ ପାଳନ କରାଯାଏ ଧନତେରସ(Dhanteras) । ଏହି ଦିନ ସୁନା କିଣିବାର ପ୍ରଥା ରହିଥିବା ବେଳେ ଗହଣା ସିଲଭରସିଟିର ବିଭିନ୍ନ ଗହଣା ଦୋକାନରେ ଲାଗିଛି ଖଚାଖଚ ଭିଡ । ଆଜିର ଦିନରେ ସୁନା କିଣିଲେ ଶୁଭ ଓ ଧନ ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏପରିକି ଗୃହକୁ ଧନଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି କୁହାଯାଏ ।

ଆଜି ଧନତେରସ, ସିଲଭର ସିଟିରେ ଅଫରର ମଜା ଉଠାଉଛନ୍ତି ଗ୍ରାହକ

ଏହା ମଧ୍ୟ ପଢନ୍ତୁ: Cyclone Sitrang: 12 ଘଣ୍ଟା ମଧ୍ୟରେ ବାତ୍ୟା ! ଉତ୍ତର-ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଧନତେରାସ ପାଇଁ କଟକ ସହରର ବଡ ଛୋଟ ଗହଣା ସୋରୁମରେ ଲାଗିଛି ଗ୍ରାହକଙ୍କ ଭିଡ । ଅଳଙ୍କାର କିଣି ଘରକୁ ଆଣିଲେ ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ପରିବାର ଓ ଘର ଉପରେ ପଡିଥାଏ ବୋଲି ବିଶ୍ବାସ ରହିଥିବାରୁ ନିଜର ସକ୍ଷମତା ଅନୁଯାୟୀ ସୁନା କିମ୍ବା ରୂପା ଗହଣା କିଣିବା ପାଇଁ ଦୋକାନ ଗୁଡିକରେ ଖଚାଖଚ ଭିଡ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗହଣା ବ୍ୟବସାୟୀ ମଧ୍ୟ ଅଫର ବର୍ଷା କରିଥାନ୍ତି। କିଏ ସୁନା ଗହଣା ଗଢା ମଜୁରି ଉପରେ ରିହାତି ଦେଇଛି ତ ଆଉ କିଏ ରୁପା ଗହଣା ତିଆରି ମଜୁରି ଛାଡ କରିଛି । ଗତ ଦୁଇ ବର୍ଷ ହେଲା ଧନତେରାସ ଫିକା ପଡିଥିବାବେଳେ ଚଳିତ ବର୍ଷ ଗଦଣା ଦୋକାନରେ ଭିଡ ରହିଛି ।

ଏନେଇ କଟକର ଜଣେ ଗହଣା ବ୍ୟବସାୟୀ କହିଛନ୍ତି," ଆଜି ଧନତେରସ। ଆଶା ଅଛି ଦୁଇବର୍ଷ ପରେ ଭଲ ବ୍ୟବସାୟ ହେବ । ଗତ ଦୁଇବର୍ଷ ହେଲା କୋରୋନା ମହାମାରୀ ଯୋଗୁଁ ଦୀପାବଳି ଏବଂ ଧନତେରସ ଭଲରେ ପାଳନ ହେଉନଥିଲା । ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିନଥୁଲା । ଚଳିତ ବର୍ଷ ଆମେ ସୁନା ଗହଣା ଗଢା ମଜୁରି ଉପରେ ରିହାତି ରଖିଛୁ । ଡାଉମଣ୍ଡ ଉପର୍ ମଧ୍ୟ ଅଫର ରହିଛି । ଆଶା ରହିଛି ଆଜି ଭଲ ବ୍ୟବସାୟ ହେବ । "

ଧନତେରାସ ପଛରେ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି । ବିଶ୍ବାସ ଅନୁସାରେ ଧନତେରାସରେ କ୍ଷୀର ସାଗର ମନ୍ଥନ ହୋଇଥିଲା । ଏହି ଶୁଭ ତିଥିରେ ମା' ଲକ୍ଷ୍ମୀ ଏବଂ ଧନପତି କୁବେର ସମୁଦ୍ର ମନ୍ଥନରୁ ଉଭା ହୋଇଥିଲେ । ମା' ଲକ୍ଷ୍ମୀ ଓ ମହାରାଜା କୁବେରଙ୍କ ଆର୍ବିଭାବ ତିଥି ଧନତେରସ ହୋଇଥିବାରୁ ଏହି ଦିନ ସୁନା, ରୂପା, ବାସନ କ୍ରୟ କରିବା ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସରେ ନୂଆ ଗାଡ଼ି କ୍ରୟ, ଚାକୁ, ଛୁରୀ, କଇଁଚି ଭଳି ଧାରୁଆ ଜିନିଷ କିଣିବା ମଧ୍ୟ ଅଶୁଭ ହୋଇଥାଏ । ସେହିପରି ବାସନ କିଣିବା ପିତ୍ତଳର ବାସନ କ୍ରୟ କରିବା ଶୁଭ ହୋଇଥାଏ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details