ଓଡିଶା

odisha

ETV Bharat / state

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଚିନ୍ତା, ଡିସେମ୍ବର ୩୧ ଯାଏଁ ବଢିଲା ଡେଡଲାଇନ୍‌ - ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା । ଆଉ ମାସେ ସମୟସୀମା ବୃଦ୍ଧି କଲେ ସରକାର । ଅଧିକ ପଢନ୍ତୁ

HSRP matter govt also extends deadline to affix HSRP till December 31
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଚିନ୍ତା, ଡିସେମ୍ବର ୩୧ ଯାଏଁ ବଢିଲା ଡେଡଲାଇନ୍‌

By

Published : Nov 30, 2022, 1:02 PM IST

Updated : Nov 30, 2022, 5:34 PM IST

କଟକ:ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା(HSRP Deadline Extension )। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୋହଳ କରିଲେ ରାଜ୍ୟ ସରକାର । ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଫାଇନ ପଡିବ ନାହିଁ । ସେହିପରି ନମ୍ବର ପ୍ଲେଟ ବୁକିଂ କରାଯାଇଥିଲେ ବି ଫାଇନ ପଡିବ ନାହିଁ ବୋଲି ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଚିନ୍ତା, ଡିସେମ୍ବର ୩୧ ଯାଏଁ ବଢିଲା ଡେଡଲାଇନ୍‌

ହାଇକୋର୍ଟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି କରି ନମ୍ବର ଶେଷରେ ୧,୨,୩,୪ ଥିଲେ ଶେଷ ଦିନ ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଏକ ମାସ ସମୟ ଅବଧି ବୃଦ୍ଧି କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ । ଏ ନେଇ ପରିବହନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ କେବଳ ବୁକିଂ ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ପବିତ୍ର ଖଟୁଆଙ୍କ ଆବେଦନ ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିବା ବେଳେ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଛନ୍ତି । ଅନ୍‌ଲାଇନରେ ସ୍ଲଟ୍‌ ପାଇଁ ଭିତ୍ତିଭୂମି ବିକାଶ କରାଯିବ, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ରରେ ନମ୍ବର୍ ପ୍ଲେଟ୍‌ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ୍‌ ଆୟୋଜନ କରାଯିବ, ଅନ୍‌ଲାଇନ୍‌ ବ୍ୟବସ୍ଥାରେ କେମିତି ସ୍ଲଟ ମିଳିବ, ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ଦୈନିକ ୨୫ ହଜାର ନମ୍ବର ପ୍ଲେଟ୍‌ ସ୍ଲଟ୍‌ ବୁକିଂ ପାଇଁ ରହୁଥିବା ବେଳେ ଏବେ ୫୭ ହଜାରକୁ ବୃଦ୍ଧି କରାଯାଇଛି ।

ତେଣୁ ଜନସାଧାରଣ ଆଉ ସମସ୍ୟାରେ ପଡିବେ ନାହିଁ ବୋଲି ଆଶା କରାଯାଉଛି । ୨୦୧୯ ଏପ୍ରିଲ ୧ରୁ ବିଭିନ୍ନ ଯାନବାହାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବା HSRP ଲାଗୁ କରାଯାଇଛି । ତାପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବା HSRP ଫିଟ୍‌ମେଣ୍ଟ୍‌ କରାଇବାକୁ କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ ୨୬ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ । ନିଜ ଗାଡ଼ି ନମ୍ବରର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ HSRP ଫିଟମେଣ୍ଟ୍‌ ପାଇଁ ଶେଷ ତାରିଖ ଥିଲା । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରାଯାଇଥିଲା । ସେପ୍ଟେମ୍ବର ୩୦ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

ଅକ୍ଟୋବର ଶେଷ ସପ୍ତାହରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧,୨,୩,୪ ନମ୍ବର ପାଇଁ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଡିସେମ୍ବର ୩୧, ୭ ଓ ୮ ଥିଲେ ୨୦୨୩ ମସିହା ଜାନୁଆରୀ ୩୧, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮କୁ ଶେଷ ତାରିଖ ଭାବେ HSRP ଫିଟ୍‌ମେଣ୍ଟ୍‌ ପାଇଁ ଧାର୍ଯ୍ୟ କରିଛି ବିଭାଗ । ରାଜ୍ୟରେ ପାଖାପାଖି ୩୦ ଲକ୍ଷ ଗାଡ଼ିରେ HSRP ଲାଗିବାର ଅଛି । ରାଜ୍ୟର ୩୮ RTO ଓ ARTO ଅଫିସରେ ନମ୍ବର ପ୍ଲେଟ୍‌ ଆବେଦନ କରିବାର ବ୍ୟବସ୍ଥା ହୋଇଛି । ଯେଉଁ କମ୍ପାନୀଗୁଡିକ ବନ୍ଦ ହୋଇ ଯାଇଛି, ସେହି ଗାଡିଗୁଡ଼ିକର ନମ୍ବର ପ୍ଲେଟ୍‌ RTO ଅଫିସ ମାଧ୍ୟମରେ ଲଗାଇବାର ବ୍ୟବସ୍ଥା ହୋଇଛି । ନମ୍ବର ପ୍ଲେଟ୍‌ ଭାଙ୍ଗି ଯାଇଥିଲେ ବା ନଷ୍ଟ ହୋଇଗଲେ ଡୁପ୍ଲିକେଟ୍‌ ନମ୍ବର ପ୍ଲେଟ୍‌ ଅନ୍‌ଲାଇନ୍‌ରେ ବୁକ୍‌ କରିବାର ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, କଟକ

Last Updated : Nov 30, 2022, 5:34 PM IST

ABOUT THE AUTHOR

...view details