କଟକ: ହାଇସିକ୍ଯୁରିଟୀ ନମ୍ବର ପ୍ଲେଟ ମାମଲା । ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଆଜି ଶୁଣାଣୀ ହୋଇଛି । ଉଭୟ ପକ୍ଷ କୋର୍ଟରେ ଜବାବ ଦାଖଲ କରିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଗତ ଶୁଣାଣୀ ସମୟରେ HSRP କଡାକଡି ଯାଞ୍ଚ କରିବା ସମୟକୁ ଏକ ମାସ ବୃଦ୍ଧି କରାଯାଇଥିବା ନେଇ କୋର୍ଟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଥିଲେ ପରିବହନ ବିଭାଗ । ନମ୍ବର ପ୍ଲେଟ ପାଇଁ ଆବଶ୍ୟକ ଭିତ୍ତିଭୂମିର କଣ ବିକାଶ ହୋଇଛି ସେନେଇ ଜଣାଇବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।