ଓଡିଶା

odisha

ETV Bharat / state

'ନୂଆ-ଓ' କାର୍ଯ୍ୟକ୍ରମ, ଶାସକ ଦଳ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଫାଇଦା

Benefit of Nua O campaign: ନୂଆ-ଓ କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କୁ ମିଳିବ କି ସଫଳତା ? ଏ ନେଇ ପ୍ରତିକ୍ରିୟା ରଖିଲେ ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ । ଅଧିକ ପଢନ୍ତୁ

Nua O campaign
Nua O campaign

By ETV Bharat Odisha Team

Published : Jan 6, 2024, 10:20 PM IST

ଶାସକ ଦଳ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଫାଇଦା

କଟକ: ନୂଆ-ଓ କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କୁ ମିଳିବ କି ସଫଳତା ? କେଉଁ ପ୍ରକାର ସଫଳତା ପାଇବେ ଛାତ୍ରଛାତ୍ରୀ ? ରାଜନୀତିରେ ଦଳକୁ କେଉଁ ପ୍ରକାର ସହାୟତା ମିଳିବ ? ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି ପାଇବା ସହ ଶାସକ ଦଳକୁ ମଧ୍ୟ ବେଶ ସହାୟକ ହେବ । ଏହି ନୂତନ କାର୍ଯ୍ୟକ୍ରମ ଦଳକୁ ବେଶ ସହାୟକ ହେବ ବୋଲି ଡଃ ରାଉତ କହିଛନ୍ତି ।

ଏନେଇ ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ କହିଛନ୍ତି, " ସାରା ରାଜ୍ୟରେ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଚାଲିଛି । ଏହା ୩ଟି ଶବ୍ଦକୁ ନେଇ ହୋଇଛି । ନୂତନ, ଉନ୍ନତ ଓ ଅଭିଳାଷ । ଏହାର ୨ଟି ଦିଗକୁ ମୁଁ ଦେଖୁଛି । ଗୋଟିଏ ହେଉଛି ଶିକ୍ଷା ଓ ଅନ୍ୟଟି ରାଜନୈତିକ ଦିଗ । ଗୋଟିଏ ପଟେ ସରକାର ପିଲାଙ୍କ ଦକ୍ଷତା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କାର୍ଯ୍ୟକ୍ରମର ରାଜନୈତିକ ଦୃଷ୍ଟିକୋଣ ଦେଖିଲେ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସରକାର ଏହି କାର୍ଯ୍ୟକ୍ରମ କରୁଛନ୍ତି । କିଛି ଯୁବ ଭୋଟର ଚଳିତ ନିର୍ବାଚନରେ ଭୋଟ ଦେବେ । ଏହା ଶାସକ ଦଳକୁ ଆଗାମୀ ନିର୍ବାଚନରେ ସୁହାଇବ ।"

ଏହା ବି ପଢନ୍ତୁ- ଫେବୃଆରୀ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ୍‌: ପାଣ୍ଡିଆନ

କଟକ ବାଲିଯାତ୍ରା ତଳ ପଡିଆରେ ଜିଲ୍ଲାର ୧୪୦ଟି କଲେଜକୁ ନେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜରୁ ୧୮ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ନାଚ ଗୀତ ମାଧ୍ୟମରେ ଏଠାରେ ସମସ୍ତଙ୍କ ମନୋରଞ୍ଜନ କରାଯାଇଥିଲା । 5T ଅଧକ୍ଷ ଏହି କାର୍ଯ୍ୟକ୍ରମରେ ପହଞ୍ଚି ବିଦ୍ୟାର୍ଥୀଙ୍କୁ ତାଙ୍କ ସୁନେଲି ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରାଇବା ସହ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ନୂଆ-ଓ କାର୍ଯ୍ୟକ୍ରମ ଆୟୋଜନରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ସୂଚନା ଥାଉ କି ନୂଆ-ଓରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରାଯିବ। ଆତ୍ମବିଶ୍ବାସ ଦୃଢ ରହିଲେ ପରୀକ୍ଷା ଓ ଇଣ୍ଟର୍ଭ୍ୟୁରେ ପିଲାମାନେ ଭଲ କରିପାରିବେ । ମୁଖ୍ୟମନ୍ତ୍ରୀ ଜିଲ୍ଲାର ସମସ୍ତ ସ୍କୁଲକୁ 5Tରେ ସାମିଲ କରିଛନ୍ତି । ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମରେ କ୍ଲାସ କରିବେ । ଇ-ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details