କଟକ: ଅଲମ୍ପିକ କ୍ବାଲିଫାୟାର ମ୍ୟାଚର ବିଜୟ ପରେ ଟୋକିଓ ଟିକେଟ ହାତେଇଛି ଭାରତ । ଉଭୟ ପୁରୁଷ ଓ ମହିଳା ଦଳ ଅଲମ୍ପିକ ଖେଳିବା ପାଇଁ ହୋଇଛନ୍ତି ଯୋଗ୍ୟ ବିବେଚିତ । ହେଲେ କହିବାକୁ ଗଲେ ମହିଳା ଦଳ ଅପେକ୍ଷା ପୁରୁଷ ଦଳରେ ସାମାନ୍ୟ ତ୍ରୁଟି ରହିଛି । ଯାହା ଦଳକୁ ଆଗମୀ ମ୍ୟାଚରେ ସାମାନ୍ୟ ଅସୁବିଧାରେ ପକାଇବା ନେଇ ଅନୁମାନ କରାଯାଉଛି ।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଲମ୍ପିକ କ୍ଵାଲିଫାୟାର ମ୍ୟାଚରେ ଟିମ ଇଣ୍ଡିଆ ଭଲ ପଦର୍ଶନ କରିଥିଲା । ହେଲେ ପେରନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ କେଉଁଠି ନା କେଉଁଟି ବିଫଳ ହେଇଥିଲା ଦଳ। ହେଲେ ଏହି ଦିଗରେ ହକି ଇଣ୍ଡିଆ ନିହାତି ଦୃଷ୍ଟି ଦେବା ଦରକାର । କାରଣ ଆଗକୁ ଆସୁଛି ଅନେକ ମେଗା ଇଭେଣ୍ଟ। ଏହାରି ଭିତରେ ଭାରତୀୟ ହକି ଦଳ ଯେମିତି ପଛରେ ନରହୁ ବୋଲି କହିଛନ୍ତି ହକି ଓଡିଶାର ସାଧାରଣ ସମ୍ପାଦକ।