ଓଡିଶା

odisha

ETV Bharat / state

Opening Ceremony: ୫ଘଣ୍ଟା ପାଇଁ NHରେ ଗଡିବନି ଭାରିଯାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚକଲେ DGP

ଆସନ୍ତାକାଲି ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବକୁ ନେଇ ଜାରି ହେଲା ଟ୍ରାଫିକ ଗାଇଡ ଲାଇନ । କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ NH ୧୬ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ ଭାରିଯାନ ଚଳାଚଳ । ସେପଟେ ଉଦ୍‌ଘାଟନୀ ଉତ୍ସବ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଅଧିକ ପଢ଼ନ୍ତୁ

ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ନେଇ ଟ୍ରାଫିକ ଗାଇଡ ଲାଇନ ଜାରିକଲା କମିଶନରେଟ ପୋଲିସ
ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ନେଇ ଟ୍ରାଫିକ ଗାଇଡ ଲାଇନ ଜାରିକଲା କମିଶନରେଟ ପୋଲିସ

By

Published : Jan 10, 2023, 10:18 PM IST

ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ନେଇ ଟ୍ରାଫିକ ଗାଇଡ ଲାଇନ ଜାରିକଲା କମିଶନରେଟ ପୋଲିସ
Hockey World Cup Inaugural Ceremony

ଭୁବନେଶ୍ବର/କଟକ: ଆସନ୍ତାକାଲି ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ । ଏନେଇ ଜାରି ହେଲା ଟ୍ରାଫିକ ଗାଇଡ ଲାଇନ । ହକି ବିଶ୍ବକପର ଉଦ୍‌ଘାଟନୀ ସମାରୋହ ପାଇଁ ଟ୍ରାଫିକ କଟକଣା । କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ NH ୧୬ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ ଭାରିଯାନ ଚଳାଚଳ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ବକପ ଉଦ୍‌ଘାଟନ ସମାରୋହକୁ ଦୃଷ୍ଟିରେ‌ ରଖି ସାଧାରଣ ଲୋକ, ଭିଆଇପି ଓ ସେଲିବ୍ରିଟିଙ୍କ ଗମନାଗମନ ପାଇଁ ଏଭଳି ନିଷ୍ପତି ନେଇଛି କମିଶନରେଟ୍ ପୋଲିସ । ସେପଟେ ଉଦ୍‌ଘାଟନୀ ଉତ୍ସବ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।

ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୪ଟାରୁ କଟକ ବାଲିକୁଦା ଠାରୁ ସମସ୍ତ ଭାରିଯାନ ଅଟକାଯିବ । ସେମାନଙ୍କୁ ଚନ୍ଦକା ଦେଇ ଖୋର୍ଦ୍ଧା ଅଭିମୁଖେ ଯିବାକୁ ଡାଇଭର୍ସନ ଦିଆଯିବ । ସେହିପରି ଖୋର୍ଦ୍ଧା ପଟରୁ ପିତାପଲ୍ଲୀ ଠାରେ ମଧ୍ୟ ଭୁବନେଶ୍ବର ଦେଇ ନଯାଇ ଚନ୍ଦକା ଦେଇ ଯିବାକୁ ଡାଇଭର୍ସନ ଦିଆଯିବ । ସେହିପରି ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ୨୨ ପ୍ଲାଟୁନ‌ ଫୋର୍ସ ମୁତୟନ ରହିବେ । ଏୟାରପୋର୍ଟରୁ ସେଲିବ୍ରିଟି ବା ଭିଭିଆଇପି ମୁଭମେଣ୍ଟ ପାଇଁ ମଧ୍ୟ ସ୍ପେଶାଲ ଏସ୍କର୍ଟ ପ୍ରୋଟେକ୍ସନରେ ନିଆଯିବ । ସେହିଭଳି କଟକ ପୋଲିସର ସହାୟତାରେ କଟକରେ ମଧ୍ୟ ଟ୍ରାଫିକ ପରିଚାଳନା କରାଯିବ ।

ଜାନୁଆରୀ ୧୩ରୁ (ଶୁକ୍ରବାର) ଭୁବନେଶ୍ବରରେ ଆରମ୍ଭ ହେଉଥିବା ହକି ବିଶ୍ବକପ ମ୍ୟାଚ ପାଇଁ ଭୁବନେଶ୍ବରରେ ପାର୍କିଂ ପାଇଁ ଗୁରୁତ୍ବ ଦିଆଯାଇଛି । ନୋ ପାର୍କିଂ ସ୍ଥାନ ଗୁଡ଼ିକ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଡ୍ରାଇଭ୍ ଜାରି ରହିଛି । ଏହାସହ ଖୋର୍ଦ୍ଧା ଓ କଟକ ପଟରୁ ବା ଗର୍ଭନର ହାଉସ ପଟରୁ ଆସିଲେ ଷ୍ଟାଡିୟମର ନିର୍ଦ୍ଦିଷ୍ଟ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ୯ଟି ଛକରେ ଆଇକନିକ ଟ୍ରାଫିକ ପୋଷ୍ଟ କରାଯାଇଛି । ଯେଉଁଠି ଟ୍ରାଫିକ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ ପରିଚିଳନା କରିବେ । ୧୦ଟି ପୋଲିସ ପୋଷ୍ଟ କରାଯାଇଛି । ଖେଳ ସମୟରେ ଷ୍ଟାଡିୟମ ପାଖକୁ ଆସିବା ସମୟରେ ସହରର ବିଭିନ୍ନ ସ୍ଥାନରେ ଯେପରି ଗହଳି ବା ଟ୍ରାଫିକ ବିଶୃଙ୍ଖଳା ନହେବ ସେନେଇ ପରିଚାଳନା କରିବେ । ୧୬ଟି 'ମେ ଆଇ ହେଲ୍ପ ୟୁ' ସେଣ୍ଟର ରହିବ । ସହରର ବିଭିନ୍ନ ଏଣ୍ଟ୍ରି ବା ଏକ୍‌ଜିଟ୍‌ରେ ଯେଉଁଠି କନଫ୍ୟୁଜନ ରହିବ ସେଠାରେ ଲୋକଙ୍କୁ ସହଯୋଗ କରାଯିବ ।

ସେହିପରି ହେଲ୍ପଲାଇନ ଜରିଆରେ ଲୋକେ ହ୍ବାଟ୍ସଆପରେ ରିଟେଲ ଇନଫରମେସନ ପାଇପାରିବେ । ଖେଳ ଶେଷ ସମୟ ଅର୍ଥାତ ସନ୍ଧ୍ୟା ସମୟରେ ଟ୍ରାଫିକ ଗହଳି ହେବାର ସମ୍ଭାବନା ରହିଛି । ଲୋକଙ୍କର ସଠିକ ଭାବେ ଯିବା ଆସିବା ପରିଚାଳନା ପାଇଁ ସେହି ସମୟରେ ସ୍ଥିତି ଉପରେ ଦୃଷ୍ଟି ଦିଆଯିବ । ସହରରେ ହକି ସମୟରେ ପ୍ରଦର୍ଶନୀ ପଡ଼ିଆରେ ଡଟ୍ ଫେଷ୍ଟ ଓ ଅନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲକୁ ଦୃଷ୍ଟିରେ‌ ରଖି ରାମ ମନ୍ଦିର ପାଖରୁ ଭୋମନଗର ପର୍ଯ୍ୟନ୍ତ ରୁଟ ବନ୍ଦ ରହିବ । ସେହିବାଟ ଦେଇ ଯିବା ଆସିବା ଲୋକଙ୍କ ପାଇଁ ଡାଇଭର୍ସନ ଦିଆଯିବ । ଯାହାର ଅପ୍‌ଡେଟ ମଧ୍ୟ ସୋସିଆଲ ମିଡିଆ ଓ ହେଲ୍ପଲାଇନ ଜରିଆରେ ଲୋକଙ୍କୁ ଅବଗତ କରାଯିବ ।

ସେପଟେ ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଷ୍ଟାଡିୟମ ବୁଲିବା ସହ ସମସ୍ତଙ୍କ ସୁରକ୍ଷା ଦିଗରେ ଓସିଏ, ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ସହ ଆଲୋଚନା କରିଛନ୍ତି ଡିଜି । କଟକରେ ଉଦ୍‌ଘାଟନୀ ଉତ୍ସବ ସହ ଉଭୟ ରାଉରକେଲା ଓ ଭୁବନେଶ୍ବର ଉପରେ ମଧ୍ୟ କଡା ନଜର ରଖାଯାଇଥିବା ଡିଜିପି ପ୍ରକାଶ କରିଛନ୍ତି । ଅନ୍ୟ ରାଜ୍ୟରୁ ମଧ୍ୟ ପୋଲିସ ଫୋର୍ସ ଅଣାଯାଇଛି । ଖେଳାଳିଙ୍କ ସୁରକ୍ଷା ଦିଗକୁ ନଜରରେ ରଖି ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାରବାଟୀ ଉତ୍ସବକୁ କମିଶନରେଟ ପୋଲିସ ସ୍ବତନ୍ତ୍ର ବ୍ଲ୍ୟୁ ପ୍ରିଣ୍ଟ ଆଧାରରେ ଆୟୋଜିତ କରୁଛି ଏବଂ ନିଶ୍ଚୟ ଏହି ଆୟୋଜନରେ ପୋଲିସ ସଫଳ ହେବ ବୋଲି କହିଛନ୍ତି ପୋଲିସ ଡିଜି ।

ଇଟିଭି ଭାରତ

ABOUT THE AUTHOR

...view details