ଓଡିଶା

odisha

ETV Bharat / state

କଟକ ଐତିହାସିକ ବାଲିଯାତ୍ରା 2019: ନିର୍ମାଣ ହେବ 50 ଅସ୍ଥାୟୀ ଶୌଚାଳୟ - ବାଲିଯାତ୍ରାରେ ନିର୍ମାଣ ହେବ 50 ଅସ୍ଥାୟୀ ଶୌଚାଳୟ

କଟକର ଐତିହାସିକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ(ସିଏମସି) ନିଜର ସମସ୍ତ କାର୍ଯ୍ୟକୁ ତ୍ବରିତ ଢଙ୍ଗରେ ସମ୍ପାଦନ କରୁଛନ୍ତି । ଚଳିତ ବର୍ଷ ବାଲିଯାତ୍ରାରେ 50 ଅସ୍ଥାୟୀ ଶୌଚାଳୟ ନିର୍ମାଣ କରିବ ସିଏମସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 31, 2019, 1:57 PM IST

କଟକ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ନଭେମ୍ବର 12 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ(ସିଏମସି) ନିଜର ସମସ୍ତ କାର୍ଯ୍ୟକୁ ତ୍ବରିତ ଢଙ୍ଗରେ ସମ୍ପାଦନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ବର୍ଷ ବାଲିଯାତ୍ରାରେ 50 ଅସ୍ଥାୟୀ ଶୌଚାଳୟ ନିର୍ମାଣ କରିବ ସିଏମସି । ଯାହା ବାଲିଯାତ୍ରା ସରିବା ପରେ ମଧ୍ୟ କାମରେ ଆସିବ । ଏଥିସହିତ 2ଟି ମୋବାଇଲ ଶୌଚାଳୟର କାମ ହାତକୁ ନେଇଛି ମହାନଗର ନିଗମ । ଯଦ୍ବାରା ପରିମଳ ବ୍ୟବସ୍ଥା ସ୍ବଚ୍ଛଳ ରହିବା ସହ ଯାତ୍ରା ଓ ଦର୍ଶକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେନି ବୋଲି ସିଏମସି କମିଶନର ଅନନ୍ୟ ଦାସ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details