କଟକ: ଶିଶୁ କନ୍ୟାଙ୍କ ସୁରକ୍ଷା ନେଇ ଡିଜିଙ୍କ ଆଗରେ ଫେରାଦ ହେଲା ହିନ୍ଦୁ ସେନା । କଟକର ମାଛୁଆ ବଜାର ଅଞ୍ଚଳର ଶିଶୁ ପ୍ରାଚୀର ମୃତ୍ୟୁକୁ ନେଇ ବଢୁଛି ଉତ୍ତେଜନା । 12 ବର୍ଷ ବୟସର ପ୍ରାଚୀର ଦେହ ଖରାପ ହେବାରୁ ତାକୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତରଙ୍କ ଅବହେଳା ପାଇଁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
ପ୍ରାଚୀକୁ ନ୍ୟାୟ ଦାବିରେ ଡିଜିଙ୍କୁ ଫେରାଦ ହେଲା ହିନ୍ଦୁସେନା - ହିନ୍ଦୁ ସେନା
କଟକ ଶିଶୁ କନ୍ୟାଙ୍କ ସୁରକ୍ଷା ନେଇ ଡିଜିଙ୍କ ଆଗରେ ଫେରାଦ ହେଲା ହିନ୍ଦୁ ସେନା । ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ । ପଢନ୍ତୁ ଅଧିକ.....
ପ୍ରାଚିକୁ ନ୍ୟାୟ ଦାବିରେ ଡିଜିପ୍ରାଚିକୁ ନ୍ୟାୟ ଦାବିରେ ଡିଜିଙ୍କୁ ଫେରାଦ ହେଲା ହିନ୍ଦୁସେନାଙ୍କୁ ଫେରାଦ ହେଲା ହିନ୍ଦୁସେନା
ଉକ୍ତ ମେଡିକାଲ କର୍ମଚାରୀ ଅଣଦେଖା ହେତୁ ଗୋଟେ ନିରୀହ ଶିଶୁର ମୃତ ହୋଇଥିବା ଦର୍ଶାଇ ପୋଲିସ ଡିଜିଙ୍କ ଦ୍ବାରସ୍ଥ ହୋଇଛି ହିନ୍ଦୁସେନା । ତେବେ ଏହି ଘଟଣାକୁ ଡିଜି ଗୁରୁତର ସହିତ ନେବା ସହ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରନ୍ତୁ ଓ ଅନ୍ୟ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ହିନ୍ଦୁ ସେନା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ