ଓଡିଶା

odisha

By

Published : Jan 21, 2021, 4:45 PM IST

ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ଘଟଣା, 25ରେ ହେବ ପରବର୍ତ୍ତୀ ଶୁଣାଣି

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଆଜି ଶୁଣାଣି କରିଛନ୍ତି ହୋଇକୋର୍ଟ । ଆସନ୍ତା 25 ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

ଆଦିତ୍ୟ ଦାସ ମୃତ୍ୟୁ ଘଟଣା, 25ରେ ହେବ ପରବର୍ତ୍ତୀ ଶୁଣାଣି
ଆଦିତ୍ୟ ଦାସ ମୃତ୍ୟୁ ଘଟଣା, 25ରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ଆଜି ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ୩ ସାକ୍ଷୀଙ୍କ ବୟାନ ରେକର୍ଡ ଓ ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫିକେଟ କପି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ଆଦିତ୍ୟ ଦାସ ମୃତ୍ୟୁ ଘଟଣା, 25ରେ ହେବ ପରବର୍ତ୍ତୀ ଶୁଣାଣି

ଆଦିତ୍ୟଙ୍କ ଅନ୍ୟତମ ଗାର୍ଲଫ୍ରେଣ୍ଡଙ୍କର ଯଦି ବୟାନ ରେକର୍ଡ ହୋଇଛି ତାହା ଅଦାଲତରେ ଦାଖଲ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସିଆଇପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟ ମଟମ ରିପୋର୍ଟ ଅନୁସାରେ ଏହା ସୁଇସାଇଡ଼ କି ନାହିଁ ତାହା ସ୍ପଷ୍ଟ କରିବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଜାନୁଆରୀ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ସେଦିନ ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଜଣାପଡିଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details