ଓଡିଶା

odisha

ETV Bharat / state

OCA ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ - OCAର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଦେଢ଼ ଲକ୍ଷ ଟଙ୍କାର ୨ ଜଣ ଜାମିନଦାର ବଦଳରେ ମୁକୁଳିଛନ୍ତି ଆଶୀର୍ବାଦ ।

Highcourt granted to conditional bail of Ashribad behera
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 26, 2019, 5:02 PM IST

କଟକ: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଦେଢ଼ ଲକ୍ଷ ଟଙ୍କାର ୨ ଜଣ ଜାମିନଦାର ବଦଳରେ ମୁକୁଳିଛନ୍ତି ଆଶୀର୍ବାଦ । ଏଥିସହିତ କୋର୍ଟ ତାଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାମିନ ପରେ ସେ କୌଣସି ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ସହ ତଦନ୍ତ ପ୍ରକ୍ରିୟାରେ ସାହାଯ୍ୟ କରିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି କୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁସାରେ, ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଗତ ସେପ୍ଟେମ୍ବର 19ରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ପରେ କୋର୍ଟ ତାଙ୍କୁ ଝାରପଡା ଜେଲକୁ ପଠାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details