ଓଡିଶା

odisha

ETV Bharat / state

କଟକରେ ତାତିରୁ ନାହିଁ ତ୍ରାହି, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି

ସହରରେ କଲବଲ କରୁଛି ଗ୍ରୀଷ୍ମ ତାତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ମୁକାବିଲା ପାଇଁ ପ୍ରସ୍ତୁତ। ଅଧିକ ପଢନ୍ତୁ

By

Published : Apr 13, 2023, 4:58 PM IST

heat wave
heat wave

କଟକରେ ତାତିରୁ ନାହିଁ ତ୍ରାହି

କଟକ:ରାଜ୍ୟରେ ବଢୁଛି ତାତି । ହଠାତ କରି ରାଜ୍ୟରେ ତାପମାତ୍ରରେ ବୃଦ୍ଧି ଯୋଗୁଁ ଜନସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ । ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ପକ୍ଷରୁ ପୂର୍ବନୁମାନ କରାଯାଉଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ସହରରେ ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ଜଳଛତ୍ର ସହ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

କଟକ ସହରରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ଦିନ ୧୦ଟା ହେଉ ହେଉ କଟକରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗୁଛି । ଯାହା ଫଳରେ ଦିନ ସମୟରେ ଘରୁ ବାହାରିବା ବି କଟକବାସୀଙ୍କ ପାଇଁ ମୁସ୍କିଲ ହୋଇ ପଡ଼ୁଛି । ସେହିପରି ଗ୍ରୀଷ୍ମପ୍ରବାହ ସହ ଦୈନିକ ତାପମାତ୍ର ବୃଦ୍ଧି ପାଇବାକୁ ନେଇ କଟକ ମହାନଗର ନିଗମ ଦ୍ବାରା କିଛି ସ୍ଥାନରେ ଜଳ ଛତ୍ର ଖୋଲଯାଇଛି । ଏଥିସହ SCB ମେଡିକାଲ ସମେତ ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି CMC କମିଶନର । ଯାହାଦ୍ବାରା ଅଂଶୁଘାତ ଜନିତ ରୋଗୀମାନଙ୍କ ଚିକିତ୍ସା ଶୀଘ୍ର ହୋଇ ପାରିବ ।

ଏହାଛଡା ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀମାନେ ଅଂଶୁଘାତ ରୋଗୀଙ୍କ ପାଇଁ ସଜାଗ ଓ ପ୍ରସ୍ତୁତ ରହିବେ । କଟକର 59ଟି ୱାର୍ଡରେ ଖରା ସମୟରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ବିଶେଷକରି ବରିଷ୍ଠ ବ୍ୟକ୍ତି ବିଶେଷ ଏହି ସମୟରେ ବେଶି ଅଂଶୁଘାତର ଶିକାର ହୁଅନ୍ତି ସେନେଇ ସବୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରଯାଇଛି । ଏହାସହ କଟକର ବିଭିନ୍ନ ଘରୋଇ ଅନୁଷ୍ଠାନକୁ ମଧ୍ୟ ଜଳଛତ୍ର ଖୋଲିବା ପାଇଁ ନିବେଦନ କରିଛନ୍ତି କମିଶନର । ବିଗତ କିଛି ଦିନ ଧରି କଟକରେ ପ୍ରଚଣ୍ଡ ରୁଦ୍ର ତାପ ଜାରି ରହିଥିବା ବେଳେ ଏହା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି ।

ଖରାରେ ବାହାରକୁ ବାହାରିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଖରା ହେବା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ପଦାକୁ ନଯିବାକୁ କୁହାଯାଇଛି । ଅତି ଜରୁରୀ କାମ ଥିଲେ ହିଁ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ବୃଦ୍ଧମାନେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ରହିଛି । ଏହାସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେବାକୁ କୁହାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details