ଓଡିଶା

odisha

ETV Bharat / state

ସିଲଭରସିଟିରେ ଆକାଶ ଛୁଆଁ ଚୁଡା ଓ ମହମବତୀ ଦର - fani

ଫନି ପରେ ଏପର୍ଯ୍ୟନ୍ତ ବିଜୁଳି ବ୍ୟବସ୍ଥାରେ ସୁଧାର ଆସି ପାରିନଥିବାବେଳେ ମହମବତୀ ଉପରେ ଲୋକେ ନିର୍ଭରଶୀଳ ହୋଇପଡିଛନ୍ତି । ମହମବତୀ ଏବେ ଏକ ମାତ୍ର ବିକଳ୍ପ ହୋଇଥିବାବେଳେ ସିଲଭର ସିଟିରେ ଏହାର ଦର ଆକାଶ ଛୁଆଁ ରହିଛି । ଚୁଡା 1 କେଜିକୁ 60ଟଙ୍କା ଥିବାବେଳେ ମହମବତୀ ମୂଲ୍ୟ 50 ଟଙ୍କାରୁ ଅଧିକ ରହଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

By

Published : May 8, 2019, 3:16 PM IST

କଟକ: ଫନି ପରେ ଏପର୍ଯ୍ୟନ୍ତ ବିଜୁଳି ବ୍ୟବସ୍ଥାରେ ସୁଧାର ଆସି ପାରିନଥିବାବେଳେ ମହମବତୀ ଉପରେ ଲୋକେ ନିର୍ଭରଶୀଳ ହୋଇପଡିଛନ୍ତି । ମହମବତୀ ଏବେ ଏକ ମାତ୍ର ବିକଳ୍ପ ହୋଇଥିବାବେଳେ ସିଲଭର ସିଟିରେ ଏହାର ଦର ଆକାଶ ଛୁଆଁ ରହିଛି । ଚୁଡା 1 କେଜିକୁ 60ଟଙ୍କା ଥିବାବେଳେ ମହମବତୀ ମୂଲ୍ୟ 50 ଟଙ୍କାରୁ ଅଧିକ ରହଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ସହରରେ ଏଯାବତ ସଠିକ ହୋଇପାରିନି ବିଜୁଳି ଓ ପିଇବା ପାଣି ଵ୍ୟଵସ୍ଥା । ଏପରି ସ୍ଥିତିରେ ସିଲଭରସିଟିକୁ ଖାଇବା ପାଇଁ ଚୁଡା ଓ ରାତ୍ରିଯାପନ କରିବା ପାଇଁ ମହମବତୀର ବେଶ ଆବଶ୍ୟକତା ପଡୁଛି ।

ଜଳର ଅଭାବ ସାଙ୍ଗକୁ ଦର ଦାମ ବୃଦ୍ଧି ଯୋଗୁଁ ଲୋକମାନେ ଏବେ ହନ୍ତସନ୍ତ ହେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଖୁଚୁରା ବ୍ୟବସାୟୀ । ଆଵଶ୍ୟକୀୟ ସାମଗ୍ରୀକୁ ମନ ଇଛା ଦାମରେ ବିକି ଲାଭବାନ ମଧ୍ୟ ହେଉଛନ୍ତି । ମାଲଗୋଦାମରେ ଗଚ୍ଛିତ ଥିବା ତମାମ ସାମଗ୍ରୀ ସରି ଆସିବା ଫଳରେ ହୁ ହୁ ହୋଇ ଦର ଦାମ ବୃଦ୍ଧି ପାଉଛି । ବିଶେଷ କରି ବଜାର ଏବେ ଚୁଡା ଓ ମହମବତୀ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି ।

ବଜାରଦର ବଢି ଚାଲିଥିବାବେଳେ ଯୋଗାଣ ବିଭାଗ ଓ ବଜାର ପରିସ୍ଥିତିରେ କିଛି ତାଳମେଳ ରହୁ ନଥିବା ଗ୍ରାହକ ଜିତେନ୍ଦ୍ର ଦେବତା କହିଛନ୍ତି । ଅନ୍ୟପକ୍ଷରେ ବଜାରରେ ଚୁଡା ନଥିବା ବେଳେ 60ଟଙ୍କାଯାଏଁ ଖୁଲମଖୁଲା କଳା ବଜାରୀ ଚାଲିଛି ବୋଲି ବ୍ୟବସାୟୀ ଦୀପକ କୁମାର ପୃଷ୍ଟି କହିଛନ୍ତି । ଏନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦୀପକ କହିଛନ୍ତି ।

ଗୋଦାମରୁ ଉଚିତ ମୂଲ୍ୟରେ କିଣି ଗଳି କନ୍ଦିରେ ନିଜ ଇଚ୍ଛା ଅନୁସାରେ ବିକ୍ରି କରୁଛନ୍ତି ସାଧାରଣ ଖୁଚୁରା ବ୍ୟବସାୟୀ । ଖୁଚୁରା ବ୍ୟବସାୟୀଙ୍କ ମନମୁଖୀ ଦରକୁ ନେଇ ସାଧାରଣ ଜନତା ଅସନ୍ତୁଷ୍ଟ ରହିଛନ୍ତି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details