ଓଡିଶା

odisha

ETV Bharat / state

୧୬ରେ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି - ହାଇକୋର୍ଟରେ ଜୟନାରାୟଣ

ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ପ୍ରସଙ୍ଗ । ଆସନ୍ତା ୧୬ରେ ଶୁଣାଣି କରିବେ ହାଇକୋର୍ଟ । ଅଧିକ ପଢନ୍ତୁ

ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଶୁଣାଣି ଘୁଞ୍ଚିଲା
ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଶୁଣାଣି ଘୁଞ୍ଚିଲା

By ETV Bharat Odisha Team

Published : Nov 9, 2023, 6:54 AM IST

କଟକ: ହାଇକୋର୍ଟରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ପ୍ରସଙ୍ଗ । ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ଶୁଣାଣି । କ୍ଷେତରାଜପୁର ଥାନା ମାମଲାରେ ଶୁଣାଣି ଘୁଞ୍ଚିଛି । ନଭେମ୍ବର ୧୬ରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସମ୍ବଲପୁର ଟାଉନ ଥାନା ଓ କ୍ଷେତରାଜପୁର ଥାନାରେ ଦାୟର ଦୁଇଟି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ବରିଷ୍ଠ ବିଜେପି ନେତା ତଥା ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ।

ଚଳିତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଏବଂ ଗତବର୍ଷ କ୍ଷେତରାଜପୁର ଥାନା ମାମଲାରେ ଜୟ ନାରାୟଣ ଏହି ଜାମିନ ଆବେଦନ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସି ଅନୀତା ପ୍ରଧାନଙ୍କ ସହ ମୁହାଁମୁହିଁ ହୋଇଥିଲେ ଜୟ । ବିଜେପି ନେତା ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜୟ ନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାଖଲ ହୋଇଥିଲା । କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ମାମଲା ଦାୟର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ

ସେହିପରି ୨୦୨୨ରେ କ୍ଷେତରାଜପୁର ଥାନା ଅଞ୍ଚଳରେ ଏକ ବସ୍ତି ଉଚ୍ଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ଜୟ ନାରାୟଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ସଦର ତହସିଲଦାରଙ୍କ ପକ୍ଷରୁ କ୍ଷେତରାଜପୁର ଥାନାରେ ମାମଲା ରୁଜୁ କରାଯାଇଥିଲା । ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ହାଇକୋର୍ଟରେ ଆବେଦନ କରିଛନ୍ତି । ଯାହା ଉପରେ ଆସନ୍ତା ୧୬ ତାରିଖରେ ଶୁଣାଣି କରିବେ ଅଦାଲତ ।

ତେବେ ମାମଲାର ଏତେ ଦିନ ପରେ କାହିଁକି ବିରୋଧୀ ଦଳ ନେତା ଆଗୁଆ ଜାମିନ ଆବେଦନ କଲେ ତାକୁ ନେଇ ଚର୍ଚ୍ଚା ଉଠିଛି । ସେ ଗିରଫଦାରୀ ଆଶଙ୍କା କରୁଛନ୍ତି ନା କୌଣସି ରାଜନୈତିକ ପ୍ରସଙ୍ଗ ରହିଛି ! କାରଣ ଗତ କିଛି ମାସ ହେଲା ଜୟ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଟାର୍ଗେଟ କରୁଛନ୍ତି । ବିରୋଧୀ ଦଳ ନେତାଙ୍କୁ ମୁକାବିଲା କରିବା ପାଇଁ ପୁରା ଶାସକ ଦଳ ନାକେଦମ ହୋଇପଡୁଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details