ଓଡିଶା

odisha

ETV Bharat / state

କୋରୋନା ପରେ ସ୍ବାଭାବିକ ହେଉଛି ଅଦାଲତ, ସମସ୍ତ ଅନ୍ତରୀଣ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କଲେ ହାଇକୋର୍ଟ - High Court revoked all internal directives

ପୂର୍ବରୁ ଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ଅଦାଲତ ନିର୍ଦ୍ଦେଶନାମା ଫେବୃଆରୀ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଅନ୍ତରୀଣ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କଲେ ହାଇକୋର୍ଟ
ଅନ୍ତରୀଣ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କଲେ ହାଇକୋର୍ଟ

By

Published : Feb 19, 2021, 7:30 PM IST

କଟକ: କୋରୋନା କାଳରେ ଅଦାଲତ କାର୍ଯ୍ୟ ସ୍ବଭାବିକ ହେଉ ନଥିବାରୁ ବିଭିନ୍ନ ଅଦାଲତ, ଟ୍ରିବୁନାଲ ଓ ଫୋରମର ସମସ୍ତ ପ୍ରକାର ଅନ୍ତରୀଣ ନିର୍ଦ୍ଦେଶନାମାକୁ ହାଇକୋର୍ଟ ଫେବୃଆରୀ ୧୭ ଯାଏଁ ବଳବତ୍ତର ରଖିଥିବାବେଳେ ଏବେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି।

କୋର୍ଟ କାର୍ଯ୍ୟ ସ୍ବଭାବିକ ହୋଇଯାଇ ଥିବାରୁ ଏନେଇ ହାଇକୋର୍ଟରେ ଥିବା ସମସ୍ତ ମାମଲାରେ ପୂର୍ଣଚ୍ଛେଦ ପଡିଛି। ସମସ୍ତ ଅନ୍ତରୀଣ ନିର୍ଦ୍ଦେଶର ଅବଧି ଦୀର୍ଘ ୧୦ ମାସ ଧରି ବଢି ବଢି ଚାଲିଥିଲାବେଳେ ଏବେ ଆଉ ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ।

ପୂର୍ବରୁ ଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ଅଦାଲତ ନିର୍ଦ୍ଦେଶନାମା ଫେବୃଆରୀ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସେହିପରି ମଧ୍ୟବର୍ତ୍ତୀକାଳୀନ ଜାମିନ ଗୁଡ଼ିକ ଫେବୃୟାରୀ ୧୭ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିଲା। ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଥିଲା।

ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବ୍ୟୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତି ନିର୍ଦ୍ଦେଶନାମା ଗୁଡ଼ିକ ଜୁଲାଇ ୧୫ ଓ ପରେ ଅଗଷ୍ଟ ୩୧, ଅକ୍ଟୋବର ୧୫, ତାପରେ ନଭେମ୍ବର ୨୫ ଓ ଜାନୁଆରୀ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଅଦାଲତ। କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତି ନିର୍ଦ୍ଦେଶର ଅବଧି ଲକଡାଉନ ପିରିଅଡ଼ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହା ଫେବୃୟାରୀ ୧୭ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେଵ ବୋଲି ହାଇକୋର୍ଟ କହିଛନ୍ତି।

ଏହାସହ କୌଣସି ବ୍ୟାଙ୍କ ଏହି ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ। କୋରୋନା ପାଇଁ ଅଦାଲତ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ଏବେ ସମସ୍ତ ଅଦାଲତ ସ୍ବଭାବିକ ହୋଇଥିବାରୁ ଏଭଳି ନିର୍ଦ୍ଦେଶନାମାର ଆବଶ୍ୟକ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details