ଓଡିଶା

odisha

ETV Bharat / state

ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି, ମାମଲାର ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲାକୁ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି
ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି

By

Published : Feb 9, 2023, 12:45 PM IST

Updated : Feb 9, 2023, 12:51 PM IST

ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି

କଟକ: ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ମାମଲା ପ୍ରସଙ୍ଗ । ଏହି ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ । ଏଥିସହ କୋର୍ଟ ଏହି ମାମଲାର ଶୁଣାଣି ଉପରେ ଆଜି ଅନ୍ତ ଘଟାଇଛନ୍ତି । CBI ତଦନ୍ତ ପ୍ରାର୍ଥନା କରି ରୁଜୁ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରିଥିଲେ ଯେ, ଘଟଣା ଘଟିବାର ଆଜକୁ ମାତ୍ର ୧୧ ଦିନ ହୋଇଛି । ରାଜ୍ୟ ସରକାର ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଛନ୍ତି । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ତଦନ୍ତର ତଦାରଖ କରୁଛନ୍ତି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା । ମାମଲାରେ କେନ୍ଦ୍ର ସରକାର, ମୁଖ୍ୟଶାସନ ସଚିବ, ଗୃହସଚିବ, ପୋଲିସ DG ଓ କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆଜି ଏହି ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ନିକଟରେ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । କଟକ ସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ୧ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ ।

ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା ହୋଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା ରଖା ଯାଇଥିବା କଥା ସେହି ସମୟରେ କହିଥିଲେ ଜଷ୍ଟିସ ଜେପି ଦାସ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯିବା ସମୟରେ ତାଙ୍କୁ ଗୁଳି କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ । ତେବେ ଗୋପାଳ ନବଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ଏବଂ କାହିଁକି ସେ ଏହି କାଣ୍ଡ ଭିଆଇଲା ତାହା ଏ ଯାଏଁ ଜଣାପଡିନାହିଁ ।

ଇଟିଭି ଭାରତ, କଟକ

Last Updated : Feb 9, 2023, 12:51 PM IST

ABOUT THE AUTHOR

...view details