ଓଡିଶା

odisha

By

Published : Apr 20, 2021, 6:43 PM IST

ETV Bharat / state

ବିଦ୍ୟୁତ ବିଲ୍ ବୃଦ୍ଧି ଆବେଦନ, ହାଇକୋର୍ଟରେ ଖାରଜ ହେଲା ଜନସ୍ବାର୍ଥ ମାମଲା

ରାଜ୍ୟରେ ବିଦ୍ୟୁତ ବିଲ ଦର ବୃଦ୍ଧି ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। କର୍ତ୍ତୃପକ୍ଷଙ୍କୁ ନ ଜଣାଇ ହାଇକୋର୍ଟ ଆସି ଥିବାରୁ ମାମଲା ଖାରଜ କରିଦେଇଛନ୍ତି କୋର୍ଟ। ଅଧିକ ପଢନ୍ତୁ...

ବିଦ୍ୟୁତ ବିଲ୍ ବୃଦ୍ଧି ଆବେଦନ: ହାଇକୋର୍ଟରେ ଖାରଜ ହେଲା ଜନସ୍ବାର୍ଥ ମାମଲା
ବିଦ୍ୟୁତ ବିଲ୍ ବୃଦ୍ଧି ଆବେଦନ: ହାଇକୋର୍ଟରେ ଖାରଜ ହେଲା ଜନସ୍ବାର୍ଥ ମାମଲା

କଟକ: ରାଜ୍ୟରେ ବିଦ୍ୟୁତ ବିଲ ଦର ବୃଦ୍ଧି ପ୍ରସଙ୍ଗରେ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ ଆସିବା ପୂର୍ବରୁ ଓଡିଶା ବିଦ୍ୟୁତ ପରିଚାଳନା ଆୟୋଗଙ୍କ ନିକଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଅଦାଲତ। କର୍ତ୍ତୃପକ୍ଷଙ୍କୁ ନ ଜଣାଇ ହାଇକୋର୍ଟ ଆସି ଥିବାରୁ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ।

ଓଇଆରସିଙ୍କୁ ଜଣାଇବା ପରେ କୌଣସି ସୁଫଳ ନମିଳିଲେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଓଡିଶା ହାଇକୋର୍ଟ ପିଆଇଏଲ ରୁଲ ୮ ଅନୁଯାୟୀ ଜନସ୍ବାର୍ଥ ମାମଲା ରୁଜୁ ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ରିପ୍ରେଜେଣ୍ଟସନ ଆକାରରେ ସମସ୍ୟାର ସମାଧାନ ପାଇଁ ଜଣାଇବା ବାଧ୍ୟତାମୂଳକ।

ସୂଚନାଅନୁଯାଇ ରାଜ୍ୟରେ ଏପ୍ରିଲ ୧ ତାରିଖରୁ ୟୁନିଟ ପ୍ରତି ୩୦ ପଇସା ବୃଦ୍ଧି ହୋଇଛି ବିଦ୍ୟୁତ ବିଲ। ପୂର୍ବରୁ ୨୦୨୦ ଅକ୍ଟୋବର ୨୦ ତାରିଖରେ ମଧ୍ୟ ୨୦ ପଇସା ୟୁନିଟ ପ୍ରତି ବୃଦ୍ଧି ଘଟିଥିଲା। କରୋନା ମହାମାରୀ ସମୟରେ ଏହା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ହୋଇଥିବା ଅଭିଯୋଗ ହୋଇଥିଲା।

ଦେଶର ଯେଉଁସବୁ ରାଜ୍ୟ ବିଦ୍ୟୁତ ଉତ୍ପାଦନ କରୁ ନାହାନ୍ତି ସେ ସବୁ ରାଜ୍ୟ ଠାରୁ ଓଡ଼ିଶାରେ ବିଦ୍ୟୁତ ୟୁନିଟ ଦର ଅଧିକ ରହିଛି। ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲା ଭାରତୀୟ ବିକାଶ ପରିଷଦ। ତେବେ ରୁଜୁ ଏହି ଜନସ୍ବାର୍ଥ ମାମଲାରେ ପୂର୍ଣଛେଦ ପକାଇଛନ୍ତି ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details