ଓଡିଶା

odisha

ETV Bharat / state

ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ - ଓଡିଶା ହାଇକୋର୍ଟ

ଅର୍ଚ୍ଚନା ନାଗ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ
ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ

By

Published : Dec 14, 2022, 12:12 PM IST

Updated : Dec 14, 2022, 2:06 PM IST

କଟକ:ଅର୍ଚ୍ଚନା ନାଗ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ ମାମଲା । ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ(HC refuses to grant interim protection to Sradhanjali) । ଏହାସହିତ ତଦନ୍ତରେ EDକୁ ସହଯୋଗ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ତଦନ୍ତରେ ସହଯୋଗ କରୁନଥିବା ED ଅଭିଯୋଗ କରିଥିଲା । ଆସନ୍ତା ଜାନୁଆରୀ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହାମଧ୍ୟ ପଢନ୍ତୁ: ମୁହାଁମୁହିଁ ହେବେ ନାଗ ଦମ୍ପତି, ୯ ଦିନିଆ ରିମାଣ୍ଡରେ ଜଗବନ୍ଧୁଙ୍କୁ ନେଲା ଇଡି

ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ । ଆଜି ଏହାର ଶୁଣାଣି ଥିଲା । ଅନ୍ୟପଟେ ଆଜିଠୁ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଇଛି ଇଡି । ଝାରପଡା ଜେଲରୁ ପୋଲିସ ଏସକର୍ଟରେ ଆଣି କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ସେ ରିମାଣ୍ଡରେ ଯାଇଛନ୍ତି । ହନିଟ୍ରାପ ଲିଙ୍କରେ ଅର୍ଚ୍ଚନା ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ଇଡି ମୁହାଁମୁହିଁ ଜେରା କରିବ । ଏହି ମାମଲାରେ ପୂର୍ବରୁ ଶ୍ରଦ୍ଧାଞ୍ଜଳି ଦୁଇ ଥର ଇଡିରେ ହାଜର ହୋଇଥିଲେ ।

ଇଟିଭି ଭାରତ, କଟକ

Last Updated : Dec 14, 2022, 2:06 PM IST

ABOUT THE AUTHOR

...view details