କଟକ: ସହରରେ କାର୍ଯ୍ୟକ୍ଷମ ରହିଥିବା କଲ୍ୟାଣ ମଣ୍ଡପ ଗୁଡିକର ତାଲିକା ହାଇକୋର୍ଟରେ ଦାଖଲ ହେବ। ତିନି ଭିତରେ ଏଭଳି କଲ୍ୟାଣ ମଣ୍ଡପ ଗୁଡିକର ତାଲିକା କଲ୍ୟାଣ ମଣ୍ଡପ ଆସୋସିଏସନ୍ ତରଫରୁ ହାଇକୋର୍ଟରେ ଦାଖଲ କରାଯିବ।
ଏଥି ସହିତ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପ୍ରସଂଗରେ ଆମିକସ୍ କ୍ୟୁରୀ ଅରୁଣ କୁମାର ବୁଦ୍ଧିଆ ଓ ଇଣ୍ଟରଭେନରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଏ.ପି.ବୋଷ ହାଇକୋର୍ଟରେ ତଥ୍ୟ ଦାଖଲ କରିବେ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ.ଭେଙ୍କଟ ରାଓଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨କୁ ଧାର୍ଯ୍ୟ କରାଯାଇଛି।