ଓଡିଶା

odisha

ଗଣେଶ ପୂଜା ହେବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

By

Published : Aug 20, 2020, 2:39 PM IST

ଗଣେଶ ପୂଜା ହେବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେଇପାରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଧେଶ ଦେଇଛନ୍ତି ।

ganesh puja in twincity
ଟ୍ଵିନସିଟିରେ ଗଣେଶ ପୂଜା

କଟକ: ଟ୍ଵିନସିଟିରେ ଗଣେଶ ପୂଜା ପାଇଁ ମିଳିଲା ସବୁଜ ସଙ୍କେତ । ଗଣେଶ ପୂଜା ହେବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେଇପାରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଧେଶ ଦେଇଛନ୍ତି ।

ଟ୍ଵିନସିଟିରେ ଗଣେଶ ପୂଜା

ମଣ୍ଡପରେ ଗଣେଶ ପୂଜା ହେବା ନେଇ କଟକ ବୁଢା ଗଣେଶ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ବାର୍ଥ ମାମଲା । ମଣ୍ଡପ ଓ ସର୍ବସାଧାରଣରେ ପୂଜାକୁ ବାରଣ କରିଥିଲା ପୋଲିସ । ଯାହାର ଶୁଣାଣି କରି ନିର୍ଦ୍ଦେଶ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଗଣେଶ ପୂଜା ଆୟୋଜନ କମିଟିମାନେ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇ ପାରିବେ । ତେବେ ହାଇକୋର୍ଟଙ୍କ ଏଭଳି ନିଷ୍ପତି ଗଣେଶ ପୂଜା ପାଇଁ ଆଶା ଆଣି ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details