କଟକ:ଉଲିବୁରୁ ଖଣି ଦୁର୍ନୀତି ମାମଲା । ଅଭିଯୁକ୍ତ ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମସମର୍ପଣ କଲେ ଜାମିନ ମିଳିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।
ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତ ହରି ଚରଣ ଗୁପ୍ତା ଦୀର୍ଘ ସମୟ ଧରି ଫେରାର ଅଛନ୍ତି । ଗୋଟିଏ ପଟେ ହରିଚରଣ ଭିଜିଲାନ୍ସ ହାତରେ ଧରାଦେଉନଥିବାବେଳେ ଅନ୍ୟପଟେ ଗିରଫ ଭୟରେ ହାଇକୋର୍ଟର ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ପକ୍ଷରୁ ଆବେଦନ ଖାରଜ କରାଯାଇଛି । ହରିଚରଣ ନିମ୍ନ ଅଦାଲତରେ ଆତ୍ମସମର୍ପଣ କଲେ ଜାମିନ ମିଳିବ ବୋଲି କୋର୍ଟ ମାମଲାର ରାୟ ଶୁଣାଣି କରିଛନ୍ତି ।