କଟକ: ହୋମଗାର୍ଡଙ୍କ ବେତନ ମାମଲାରେ ଆଜି (ବୁଧବାର) ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସର୍ବନିମ୍ନ ବେତନ ୫୩୩ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର, ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - home guard salary
ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର, ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଅଧିକ ପଢନ୍ତୁ...

ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର
ଜାନୁଆରୀ ୨୦୨୦ରୁ ପିଛିଲା ଭାବେ ଲାଗୁ କରିବା ସହ ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ହୋମଗାର୍ଡ ମାନେ ପୋଲିସ ଭଳି ସମାନ ଡ୍ୟୁଟି କରି ଦୈନିକ ୩୦୦ ଟଙ୍କା ପାଇଥିଲେ। ତେବେ ଏହାକୁ ନେଇ ହୋମଗାର୍ଡ ସଙ୍ଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ