କଟକ: କୋଣାର୍କରେ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଜମି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ସଚିବ ଜିଲ୍ଲାପାଳଙ୍କ ସହିତ ଏନେଇ ପରାମର୍ଶ କରି ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୋଣାର୍କରେ ନିର୍ମାଣ ହେବ କୋର୍ଟ ବିଲ୍ଡିଂ, ଜମି ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - government to build a court building in Konark
କୋଣାର୍କରେ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ । ଆସନ୍ତା 3 ମାସ ମଧ୍ୟରେ ଚିହ୍ନଟ ହେବ ଜମି । ଅଧିକ ପଢନ୍ତୁ.....

କୋଣାର୍କରେ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଧେଶ
କୋଣାର୍କ ବାର ଆସୋସିଏସନ ଅନ୍ତରୀଣ କମିଟି ଅଧକ୍ଷ ଜୟ କୁମାର ବରାଳଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣିକରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ କୋଣାର୍କ ସ୍ଥିତ ସିଭିଲ ଜଜ ତଥା ଜେଏମଏଫସି ଅଦାଲତ ଏବେ ଏକ ସରକାରୀ ଘରେ କାର୍ଯ୍ୟ କରୁଥିବା ବେଳେ ଅଦାଲତର ନିଜସ୍ବ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ ,ଇଟିଭି ଭାରତ