ଓଡିଶା

odisha

ETV Bharat / state

ସ୍କୁଲ ଫି ହ୍ରାସ ପ୍ରସଙ୍ଗ, ସମସ୍ତ ପକ୍ଷଙ୍କୁ ପ୍ରତିଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - issue of school fees

ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାଵ ଦାଖଲ କରିବା ସହ ସରକାର ମଧ୍ୟ ତାହାର ରିଜଏଣ୍ଡର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ସ୍କୁଲ ଫି ହ୍ରାସ ପ୍ରସଙ୍ଗ
ସ୍କୁଲ ଫି ହ୍ରାସ ପ୍ରସଙ୍ଗ

By

Published : Dec 15, 2020, 7:45 PM IST

କଟକ: ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ହୋଇଛି ଶୁଣାଣି । ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାଵ ଦାଖଲ କରିବା ସହ ସରକାରକୁ ମଧ୍ୟ ତାହାର ରିଜଏଣ୍ଡର (rejoinder) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ତା ପୂର୍ବରୁ ଏସମସ୍ତ ପ୍ରକ୍ରିୟା ଶେଷ ହେବ ।

ସ୍କୁଲ ଫି ହ୍ରାସ ପ୍ରସଙ୍ଗ

ସରକାର ପୂର୍ବରୁ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ବଳବତ୍ତର ରହିବ । ଅର୍ଥାତ ସ୍କୁଲ ଫି' ନଦେଇଥିଲେ ମଧ୍ୟ କୌଣସି ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସରୁ ବାରଣ କରି ପାରିବେନାହିଁ ସ୍କୁଲ କର୍ତ୍ତୃପକ୍ଷ । ରାଜ୍ୟ ସରକାର କରିଥିବା ଏମଓୟୁ ଅନୁଯାୟୀ, ଅଦାଲତ ନିଷ୍ପତ୍ତି ନେବାକୁ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଏକ୍ସ ମାସ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା ପୂର୍ବରୁ ଅଦାଲତରେ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାର । ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ବାକ୍ଷରିତ ହୋଇଥିବା ଓ ଫି' ହ୍ରାସ ସେହି ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ପୁନଃଶ୍ଚ ମତ ଦୋହରାଇଥିଲେ ସରକାର।

ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଗତ ନଭେମ୍ବର ୨୩ରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଘରୋଇ ସ୍କୁଲ ଉପରେ କତ୍ତୃତ୍ବ ଅଛି କି ନାହିଁ ଓ କୋରୋନା ପାଇଁ ଫି କମାଯିବା ନେଇ ରାଜ୍ୟ ସରକାରଙ୍କର ଅଭିମତ କଣ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଅଭିଭାବକ ମହାସଙ୍ଘ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ, ପଞ୍ଜାବ ଓ ହରିୟାଣା ସରକାରଙ୍କ ପକ୍ଷରୁ ସ୍କୁଲ ଫି' କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ରାଜସ୍ଥାନ ସରକାର ୪୦ ପ୍ରତିଶତ ଫି କମାଇବା ସହ ସମସ୍ତ ଆନୁସଙ୍ଗିକ ଚାର୍ଜ କମାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସଙ୍ଘ ସହ ଏମଓୟୁ କରିଥିବା ବେଳେ ସେହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ମତାମତ ରଖିଥିଲେ ଗଣଶିକ୍ଷା ବିଭାଗ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details