ଓଡିଶା

odisha

By

Published : Jul 25, 2023, 7:53 AM IST

ETV Bharat / state

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

୨୦୦୬ ମସିହାରେ ଗୁଣୁପୁର ଥାନାରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟକୁ ମିଳିଲା ଜାମିନ । ଅଧିକ ପଢନ୍ତୁ

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

କଟକ: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ୨୦୦୬ ମସିହାରେ ଗୁଣୁପୁର ଥାନାରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲାରେ ସବ୍ୟସାଚୀଙ୍କୁ ଏହି ଜାମିନ ମିଳିଛି । ମାମଲାର ବିଚାରରେ ଅହେତୁକ ବିଳମ୍ବ ଦର୍ଶାଇ ସେ କୋର୍ଟରେ ଆବେଦନ କରିଥିଲେ । ୧୬ ଜଣ ସାକ୍ଷୀଙ୍କ ବୟାନରେ ଉକ୍ତ ମାମଲାରେ ସବ୍ୟସାଚୀଙ୍କ ସମ୍ପୃକ୍ତି ନଥିବା ନେଇ ପ୍ରମାଣ ଦର୍ଶାଇଥିଲେ ତାଙ୍କ ଓକିଲ । ଏହାପରେ ଉଚ୍ଚ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ଜାମିନ ମିଳିଥିଲେ ହେଁ ପୂର୍ବରୁ ତାଙ୍କ ନାଁରେ ଏକାଧିକ ମାମଲା ବିଚାରଧିନ ଥିବାରୁ ସେ ଜେଲରୁ ମୁକୁଳି ପାରିବେ ନାହିଁ ।

ସୂଚନା ଅନୁଯାୟୀ, ହାଇକୋର୍ଟ ଜଷ୍ଟିସ ଗୌରୀଶଙ୍କର ଶତପଥିଙ୍କ ଖଣ୍ଡପୀଠ ଗୁଣୁପୁର ଥାନାରେ ରୁଜୁ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଥିଲେ । ୨୦୧୪ ମସିହାରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ସବ୍ୟସାଚୀ ପଣ୍ଡା ।

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ଗତବର୍ଷ ଗୁଣୁପୁର ଏଡିଜେ ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । ଗତ ୨୦୧୩ ମସିହା ମାର୍ଚ୍ଚ ୬ରେ ସିଆରଏଫ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ସବ୍ୟସାଚୀ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ପରେ ଜଙ୍ଗଲ ଭିତରେ ମାଓ ଆଡ୍ଡାରୁ ଏକ ଟିଫିନ ବୋମା, ୧୨ ଭୋଲଟ ବ୍ୟାଟେରୀ, ତାର, ବ୍ୟାନର, ନଥିପତ୍ର ଜବତ କରିଥିଲେ ଯବାନ । ଉକ୍ତ ଘଟଣାରେ ମାଓ ନେତାଙ୍କ ବିରୋଧରେ ଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ମାମଲାରେ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ କୋର୍ଟରେ ଆବଶ୍ୟକୀୟ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: Keonjhar insurance scam: ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ

ଏହାମଧ୍ୟ ପଢନ୍ତୁ: Online Ponzi Scam: ବ୍ୟବସାୟ ଆଳରେ ଭାରତରୁ ଲୁଟ, ଚାଇନିଜ୍ ଠକ ନାଁରେ ଲୁକଆଉଟ୍ ସର୍କୁଲାର

ସବ୍ୟସାଚୀ ପଣ୍ଡା ମାଓବାଦୀ ସଂଗଠନରେ ମାଓ ନେତା ସୁନିଲ ନାମରେ ପରିଚିତ । ୨୦୦୮ ନୟାଗଡ ନକ୍ସଲ ଆକ୍ରମଣ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧିକ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସବ୍ୟସାଚୀ ପଣ୍ଡା ଓରଫ ସୁନିଲ । ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହୋଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details