ଓଡିଶା

odisha

ETV Bharat / state

Keonjhar insurance scam: ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ - ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ

କେନ୍ଦୁଝର ମୋଟରଯାନ ଦୁର୍ଘଟଣା ବୀମା ଟଙ୍କା ଠକେଇ ମାମଲା । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

କେନ୍ଦୁଝର ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ
କେନ୍ଦୁଝର ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ

By

Published : Jul 20, 2023, 12:23 PM IST

କଟକ: କେନ୍ଦୁଝର ମୋଟର ଦୁର୍ଘଟଣା ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ । ବୀମା କମ୍ପାନୀର ଆବେଦନକୁ ହାଇକୋର୍ଟ ଗ୍ରହଣ କରିବା ସହ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏକାଧିକ ମିଥ୍ୟା ଦୁର୍ଘଟଣା ଦର୍ଶାଇ ମୋଟନଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ଅର୍ଥ ହଡପ ପାଇଁ ଯୋଜନା କରାଯାଇଥିଲା । ଏନେଇ କେନ୍ଦୁଝର ମୋଟର ଦୁର୍ଘଟଣା କ୍ଲେମ ଅଦାଲତରେ ୫ଟି ମାମଲା ଦାୟର ହୋଇଥିଲା । ଏହାକୁ ନେଇ ବୀମା କମ୍ପାନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ୫ କୋଟିରୁ ଅଧିକ ବୀମା ଟଙ୍କା ହଡପ ପାଇଁ କରାଯାଇଥିବା ଏହି ଷଡଯନ୍ତ୍ର ଧରାପଡିବା ପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତୀୟ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, କ୍ଷତିପୂରଣ ଟଙ୍କା କ୍ଲେମ କରାଯାଇ କେନ୍ଦୁଝର ମୋଟର ଦୁର୍ଘଟଣା କ୍ଲେମ ଟ୍ରିବ୍ୟୁନାଲରେ ୫ଟି ମାମଲା ଦାୟର ହୋଇଥିଲା । ଏନେଇ ଅଦାଲତ ବୀମା କମ୍ପାନୀକୁ ନୋଟିସ୍ ପଠାଇଥିଲେ । ବୀମା କମ୍ପାନୀ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ୨୦୧୫-୧୬ ବର୍ଷରେ କେନ୍ଦୁଝରରେ ୫ଟି ମୋଟରଯାନ ଦୁର୍ଘଟଣାକୁ ନେଇ ଏହି କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି । ତେବେ ୫ଟି ଯାକ ମାମଲା ଜଣେ ହିଁ କେଶବ ଚନ୍ଦ୍ର ମହନ୍ତ ନାମକ ଜଣେ ହିଁ ଡ୍ରାଇଭର ନାମରେ ରହିଛି ଏବଂ ଦୁର୍ଘଟଣା ଗୋଟିଏ ବର୍ଷ ମଧ୍ୟରେ ଘଟିଛି । ତେବେ ୫ଟି ଦୁର୍ଘଟଣା ଘଟାଇବା ସତ୍ତ୍ବେ ଡ୍ରାଇଭରର ଲାଇସେନ୍ସ ରବ୍ଦ ହୋଇନଥିଲା । ୫ କୋଟିରୁ ଅଧିକ ବୀମା ଟଙ୍କା ହଡପ ପାଇଁ ଏହି ଷଡଯନ୍ତ୍ର କରାଯାଇଥିବା ବୀମା କମ୍ପାନୀ ସନ୍ଦେହ କରିିଥିଲା । ଏହି ଜାଲିଆତି ଘଟଣା ଜାଣିବା ପରେ ବୀମା କମ୍ପାନୀ ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଥିଲା ।

ଏହାମଧ୍ୟ ପଢନ୍ତୁ: ବିବାହ ସାର୍ଟଫିକେଟକୁ ନକଲି କହିଲେ ଛାଡ଼ପତ୍ର ଆବେଦନକାରୀ ସ୍ବାମୀ, ଗଣିବେ 25000 ତଣ୍ଡ

ଏହାପରେ ସିବିଆଇ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ବୀମା କମ୍ପାନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟ ମାମଲାକୁ ଗୁରୁତ୍ବ ସହକାରେ ଗ୍ରହଣ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୂର୍ବରୁ ମାମଲା ତଦନ୍ତ କରୁଥିବା ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details