ଓଡିଶା

odisha

ETV Bharat / state

ପୂଜା କମିଟିକୁ ଆଶ୍ବସ୍ତି, 4 ଫୁଟରୁ ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି - ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି କରି ସମସ୍ତ ଆକାରର ମୂର୍ତ୍ତିକୁ ଅନୁମତି ଦେଇଛନ୍ତି କୋର୍ଟ । କେବଳ କଟକ ସହରରେ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ଅଧିକ ଖବର ପଢନ୍ତୁ...

ପୂଜା କମିଟିକୁ ଆଶ୍ବସ୍ତି, 4 ଫୁଟରୁ ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି
ପୂଜା କମିଟିକୁ ଆଶ୍ବସ୍ତି, ଅଧିକ ଉଚ୍ଚତା ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି

By

Published : Oct 19, 2020, 2:47 PM IST

Updated : Oct 19, 2020, 7:53 PM IST

କଟକ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଶାରଦୀୟ ଦୁର୍ଗାପୂଜା । ଏପଟେ ମୂର୍ତ୍ତିର ଉଚ୍ଚତାକୁ ନେଇ ହାଇକୋର୍ଟରୁ ମିଳିଲା ଗ୍ରୀନ ସିଗନାଲ । ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି କରି ସମସ୍ତ ଆକାରର ମୂର୍ତ୍ତିକୁ ଅନୁମତି ଦେଇଛନ୍ତି କୋର୍ଟ । କେବଳ କଟକ ସହରରେ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକୁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

ପୂଜା କମିଟିକୁ ଆଶ୍ବସ୍ତି, 4 ଫୁଟରୁ ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି

ତେବେ ଏହି ସବୁ ମୂର୍ତ୍ତିର ବିସର୍ଜନ ପାଇଁ ପଦକ୍ଷେପ ଗ୍ରହଣ କରିବେ ପ୍ରଶାସନ। ଏହାଛଡା ପୁରୀର ଗୋଷାଣୀ ପୀଠରେ ମଧ୍ୟ ଅଧିକ ଉଚ୍ଚତାର ମୂର୍ତ୍ତି କରାଯାଇଥିବା ବେଳେ ସେହି କମିଟି ଏ ସମ୍ପର୍କରେ ପ୍ରଶାସନକୁ ଆବେଦନ କରିବେ । ପୁରୀ ଜିଲ୍ଲା ପ୍ରଶାସନ ସେ ନେଇ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହି ନିର୍ଦ୍ଦେଶନାମା କେବଳ ହାଇକୋର୍ଟକୁ ଆସିଥିବା ୯ଟି ପୂଜା କମିଟି ପାଇଁ ଉଦ୍ଧିଷ୍ଟ ହେବ ।

ସେହିପରି ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାର ଜାରୀ କରିଥିବା ଗାଇଡ଼ ଲାଇନ ଅନୁଯାୟୀ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ଶୁକ୍ରବାର ଏହି ମାମଲାର ଶୁଣାଣି କରି କେତୋଟି ପୂଜା କମିଟି ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛନ୍ତି। ସେ ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ।

ଏହି ସମୟ ମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ, ରଙ୍ଗ କାମ ଓ ପୂଜା ପାଇଁ ଅନ୍ୟାନ୍ୟ କାମ ଜାରି ରହିବ ବୋଲି କହିଥିଲେ ହାଇକୋର୍ଟ । ଆଜି ଆଡଭୋକେଟ ଜେନେରାଲ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିଥିଲେ । ପୂର୍ବରୁ ଏକାଧିକ ବାର ଏନେଇ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ସମସ୍ତ ପୂଜା ମଣ୍ଡପ ୪ ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ସେପ୍ଟେମ୍ବର ୧୦ ତାରିଖରେ ଗାଇଡ଼ଲାଇନ ଜାରି କରିଥିଲେ ରାଜ୍ୟ ସରକାର । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ବେଳେ ପୋଲିସ କମିଶନର ମଧ୍ୟ ଗତ ସେପ୍ଟେମ୍ବର ୧୭ ତାରିଖରେ ସମାନ ନିର୍ଦ୍ଦେଶନାମା ଦେଇଥିଲେ ।

ରାଜ୍ୟ ସରକାର ଓ ପୋଲିସ କମିଶନରଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଚାଲିଥିଲେ। ଗତ ସେପ୍ଟେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଶୁଣାଣି ହୋଇଥିବା ବେଳେ ପୋଲିସ କମିଶନରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିଲା।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନାମା ଅନୁଯାୟୀ ଗତ ୯ ତାରିଖରେ ପୋଲିସ କମିଶନର ସାନି ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଥିଲା। ମୂଳ ଆବେଦନକାରୀ ବାଲୁବଜାର ପୂଜା କମିଟି ସମେତ କଟକ ସହର ଓ ରାଜ୍ୟର ଅନ୍ୟ ପାଞ୍ଚୋଟି ପୂଜା କମିଟି ୪ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଛଅଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା।

ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ରୁଜୁ ସମସ୍ତ ମାମଲାରେ ହାଇକୋର୍ଟ ଅନ୍ତ ଘଟାଇବା ସହ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ନଭେମ୍ବର ମାସରେ ସମସ୍ତ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 19, 2020, 7:53 PM IST

ABOUT THE AUTHOR

...view details