ଓଡିଶା

odisha

By

Published : Dec 21, 2020, 8:48 PM IST

ETV Bharat / state

ହାଇକୋର୍ଟରେ ଅଭୟ ପାଠକ ଜାମିନ ପ୍ରସଙ୍ଗ, ଘୁଞ୍ଚିଲା ଶୁଣାଣି

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଥିବା ଅଭୟ ପାଠକଙ୍କ ଜାମିନ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅଧିକ ପଢନ୍ତୁ..

ହାଇକୋର୍ଟରେ ଅଭୟ ପାଠକ ଜାମିନ ପ୍ରସଙ୍ଗ, ଘୁଞ୍ଚିଲା ଶୁଣାଣୀ
ହାଇକୋର୍ଟରେ ଅଭୟ ପାଠକ ଜାମିନ ପ୍ରସଙ୍ଗ, ଘୁଞ୍ଚିଲା ଶୁଣାଣୀ

କଟକ:ହାଇକୋର୍ଟରେ ଅଭୟ ପାଠକ ଜାମିନ ପ୍ରସଙ୍ଗରେ ଶୁଣାଣି ଘୁଞ୍ଚିଛି । ଶୀତ ଅବକାଶ ପରେ ଜାମିନ ଆବେଦନର ଶୁଣାଣି କରାଯିବ । ତେବେ ଏହି ଘଟଣାର କେସ ଡାଏରୀ ଦାଖଲ କରିବାକୁ କୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୀତ ଅବକାଶ ପରେ ଅର୍ଥାତ ଜାନୁଆରୀ ଦ୍ବିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଇଏଫ୍‌ଏସ୍ ଅଫିସର୍‌‌ ଅଭୟ ପାଠକ ଛନ୍ଦି ହୋଇଥିଲା ବେଳେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଠକେଇ ଅପରାଧରେ ଜେଲରେ ଅଛନ୍ତି ।

ପୁଅ ଆକାଶ ପାଠକଙ୍କୁ 4 ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିଥିଲା । ତେବେ ରିମାଣ୍ଡ ସରିବା ପରେ କୋର୍ଟ ପୁଣି ଆକାଶଙ୍କୁ ଜେଲ୍‌କୁ ପଠାଇଛନ୍ତି । ଜେରା ବେଳେ ଆକାଶ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ପୋଲିସ କହିଛି ।ତେବେ ଏହି ଠକେଇ ମାମଲାରେ ଅଭୟଙ୍କଠାରୁ ଅନ୍ୟାନ୍ୟ ତଥ୍ୟ ହାସଲ କରିବା ପାଇଁ କମିଶନରେଟ ପୋଲିସ ଅଭୟଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ନିଷ୍ପତ୍ତି ନେଇଛି ।

ଏଥିଲାଗି କମିଶନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details