କଟକ: ଲଗାଣ ବର୍ଷାରେ ବେହାଲ ହୋଇଛି କଟକ ଜିଲ୍ଲା । ଜିଲ୍ଲାରେ ୧୦୬୨.୨୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ନିଆଳିର କଣ୍ଟାପଡାଠାରେ ସର୍ବାଧିକ ୧୨୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଆଠଗଡ଼ରେ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ବେଳେ, ବାଙ୍କୀ ଡମପଡାରେ ୧୦୫ ମିଲିମିଟର, ବାରଙ୍ଗରେ ୮୫ ମିଲିମିଟର, ବଡମ୍ବାରେ ୬୫ ମିଲିମିଟର, କଟକ ସଦରରେ ୧୦୮ ମିଲିମିଟର, ମାହାଙ୍ଗାରେ ୭୬ ମିଲିମିଟର, ନିଆଳିର ୮୦ ମିଲିମିଟର, ନିଶ୍ଚିତ କୋଇଲିରେ ୯୧.୦୨ ମିଲିମିଟର, ନରସିଂହପୁରରେ ୪୭ ମିଲିମିଟର, ସାଲେପୁରରେ ୬୨ ମିଲିମିଟର, ଟାଙ୍ଗି ଚୌଦ୍ବାରରେ ୬୬ ମିଲିମିଟର, ତିଗିରିଆରେ ୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।