ଓଡିଶା

odisha

ETV Bharat / state

ରାଜ୍ୟର ସମସ୍ତ କୋର୍ଟରେ ତ୍ୱରିତ ବେଗରେ ଚାଲୁଛି ଶୁଣାଣି: ହାଇକୋର୍ଟ ମୁଖ୍ୟ ବିଚାରପତି

ରାଜ୍ୟର ସମସ୍ତ ଅଦାଲତଗୁଡିକରେ ପୂର୍ବାପେକ୍ଷା ତ୍ବରିତ ବେଗରେ ଚାଲୁଛି ଶୁଣାଣି ପ୍ରକ୍ରିୟା । ଓଡ଼ିଶା ଜୁଡିସିଆଲ ଏକାଡେମୀର ରାଜ୍ୟସ୍ତରୀୟ ୨ଦିନିଆ ଜିଲ୍ଲା ଜଜ୍ ସମ୍ମିଳନୀ ଉଦଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି । ଅଧିକ ପଢନ୍ତୁ

Hearing process
Hearing process

By

Published : Feb 11, 2023, 7:58 PM IST

କଟକ:ଓଡ଼ିଶା ହାଇକୋର୍ଟରେ ମାମଲାର ବିଚାରପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ପୂର୍ବାପେକ୍ଷା ଏବେ ରାଜ୍ୟର ସମସ୍ତ ଅଦାଲତରେ ତ୍ବରିତ ବେଗରେ ଚାଲୁଛି ଶୁଣାଣି ପ୍ରକ୍ରିୟା ହେଉଛି । ଓଡ଼ିଶା ଜୁଡିସିଆଲ ଏକାଡେମୀର ରାଜ୍ୟସ୍ତରୀୟ ୨ଦିନିଆ ଜିଲ୍ଲା ଜଜ୍ ସମ୍ମିଳନୀ ଉଦଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି । ଜିଲ୍ଲା ଅଦାଲତ ସ୍ତରରେ କିଭଳି ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଛି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜିବ ଖାନ୍ନା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟିତ କରିଥିଲେ ।

ଉତ୍ସବରେ ଜିଲ୍ଲା ଅଦାଲତ ସ୍ତରରେ କିଭଳି ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ, ବିଚାର ବ୍ୟବସ୍ଥାରେ ଅତ୍ୟାଧୁନିକ କିଭଳି ବ୍ୟବହାର କରାଯାଇପାରିବ, ବାର ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦିନ ଧରି ଆଲୋଚନା ହେବ। ଏହି ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଯୋଗଦେଇ ଓଡ଼ିଶା ଜୁଡିସିଆରିରେ କିଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେନେଇ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- Lawyers protest: ହାଇକୋର୍ଟରେ ଓକିଲଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ ରଖିଲେ କୋର୍ଟ

ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ହାଇକୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ୨୦୨୧ ତୁଳନାରେ ଏହା ୨୯.୮୬ ପ୍ରତିଶତ ବୃଦ୍ଧି ପାଇଥିବା ମୁଖ୍ୟ ବିଚାରପତି କହିଛନ୍ତି । ୨୦୨୧ ମସିହାରେ ୧ ଲକ୍ଷ ୫ ହଜାର ୧୮୨ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୨୦୨୨ରେ ୧ ଲକ୍ଷ ୩୬ ହଜାର ୫୯୯ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇଛି । ସେହିପରି ଜିଲ୍ଲା ଅଦାଲତଗୁଡିକରେ ମଧ୍ୟ ମାମଲା ଶୁଣାଣି ପ୍ରକ୍ରିୟା ତ୍ବରିତ ବେଗରେ କରାଯାଉଛି । ୨୦୨୧ ମସିହାରେ ରାଜ୍ୟର ସମସ୍ତ ଜିଲ୍ଲା ଅଦାଲତ ଗୁଡିକରେ ୨ଲକ୍ଷ ୩୮ ହଜାର ୫୮୮ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ କରାଯାଇଥିବା ବେଳେ ୨୦୨୨ ମସିହାରେ ଏହା ୫ ଲକ୍ଷ ୧୫ ହଜାର ୩୯୨ ଯାହାକି ସିସିଆର ୯୩.୨୦ ପ୍ରତିଶତ ରହିଛି।

କେବଳ ସେତିକି ନୁହେଁ, ଜିଲ୍ଲା ଅଦାଲତଗୁଡିକରେ କିଭଳି ମାମଲାର ତ୍ବରାନ୍ବିତ ବିଚାର କରାଯିବ ସେନେଇ ହାଇକୋର୍ଟ, ସର୍ବୋତ୍ତମ ପ୍ରଦର୍ଶନ ବ୍ୟବସ୍ଥା କରିଛନ୍ତି । ଏହାଦ୍ବାରା ଭଲ ପ୍ରଦର୍ଶନ କରିଥିବା ଅଦାଲତ ଗୁଡିକୁ ପୁରସ୍କୃତ କରାଯାଉଛି । ଏହି କ୍ରମରେ ରାଜ୍ୟର ୩ଟି ଜିଲ୍ଲା ବଲାଙ୍ଗୀର, ନୟାଗଡ଼ ଏବଂ ଦେବଗଡ଼ ଯଥାକ୍ରମେ A,B ଏବଂ C ଜୋନରେ ପୁରସ୍କୃତ କରାଯାଇଛି। ଏହି ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଯୋଗଦେଇ ଜିଲ୍ଲାଜଜ୍ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାଜଜ ଏବଂ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ(CJM) ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details