କଟକ:ବର୍ତ୍ତମାନ ରାଜ୍ୟରେ କୋଭିଡ ମାମଲା ସାମାନ୍ୟ ବୃଦ୍ଧି ପାଇଛି । ତେବେ ଏହା ସେତେଟା ଚିନ୍ତାଜନକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ମାତ୍ର କୋରୋନା ସଚେତନତାକୁ ବିଶେଷ ଗୁରୁତ୍ବ ଦେଇ ମାସ୍କ, ସାନିଟାଇଜର ବ୍ୟବହାର ଭଳି ଆବଶ୍ୟକୀୟ କଟକଣା ମାନିବାକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ପୁଣି ଅନ୍ୟ ରାଜ୍ୟରେ କୋରୋନା ପାଦ୍ରୁଭାବ ବୃଦ୍ଧି ପାଇଲାଣି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଯୋଜନା ଆଧାରରେ କାମ ଚାଲିଛି । ଏମିତିକି ସବୁ ବିମାନ ବନ୍ଦର, ରେଳଷ୍ଟେସନ ଆଦିରେ ଥର୍ମାଲ ସ୍କ୍ରିନିଂ କଡାକଡି କରାଯାଉଛି । ମୁଖ୍ୟତଃ ବମ୍ବେରୁ ଯେଉଁ ଲୋକ ଆସୁଛନ୍ତି, ସେମାନଙ୍କ ଉପରେ କଡା ନଜର ରଖାଯାଉଛି ।