ଓଡିଶା

odisha

ETV Bharat / state

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ହରିଣ ସ୍ଥାନାନ୍ତର ପ୍ରସଙ୍ଗ

କଟକ ତୁଳସୀପୁର ପାର୍କରୁ ହରିଣକୁ ସ୍ଥାନାନ୍ତର କରିବା ପ୍ରସଙ୍ଗରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

HC ordered to follow the Central Zoo Authority order in Deer migration
କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Jan 17, 2021, 7:38 PM IST

କଟକ:ଜିଲ୍ଲା ମହାନଗର ନିଗମ ପକ୍ଷରୁ ତୁଳସୀପୁରରେ ହରିଣ ପାର୍କ ନିର୍ମାଣ କରାଯାଇ ସେଠାରେ ହରିଣମାନଙ୍କୁ ରଖାଯାଉଛି । ହରିଣମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲା । ତେବେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟ ଏହି ଘଟଣା ସମ୍ପର୍କରେ ଆସିଥିବା ମାମଲାର ଶୁଣାଣି କରିବା ସମୟରେ, ଆବେଦନକାରୀ ଦରଖାସ୍ତ ସମ୍ପର୍କରେ ବନ ବିଭାଗ ସହମତିରେ ପଦକ୍ଷେପ ନେବାକୁ ସିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଜୁ ଅଥରିଟି ବା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏହି ସ୍ଥାନରୁ ହରିଣମାନଙ୍କୁ ନେଇ ଜଙ୍ଗଲରେ କିମ୍ବା ଅନୁମତି ପ୍ରାପ୍ତ ଚିଡିଆଖାନାରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସିଏମସି ପଦକ୍ଷେପ ନ ନେବାରୁ ଏନେଇ ଜଣେ ଆଇନଜୀବୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details