କଟକ: ଆସନ୍ତା 22 ତାରିଖରେ ବାରବାଟୀରେ ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ ତୃତୀୟ ତଥା ନିର୍ଣ୍ଣାୟକ ଏକ ଦିବସୀୟ ମ୍ୟାଚ। ଗୁରୁବାର ଅଫଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି। ତେବେ ମ୍ୟାଚ ପୂର୍ବରୁ ଷ୍ଟାଡିଅମ ବାହାରେ ଲାଗିଲାଣି ମ୍ୟାଚ ଜର୍ସି ବିକ୍ରେତାଙ୍କ ଗହଳି ।
22ରେ ମ୍ୟାଚ, ବାରବାଟୀ ବାହାରେ ବେପାରୀ - ବାରବାଟୀ ଦିନିକିଆ
ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତ ଖେଳାଳି । ବାରବାଟୀ ବାହାରେ ଜର୍ସି ଓ ତ୍ରିରଙ୍ଗା ବିକିବାକୁ ବ୍ୟବସାୟୀଙ୍କ ଗହଳି ।
22ରେ ମ୍ୟାଚ, ବାରବାଟୀ ବାହାରେ ବେପାରୀ
କେବଳ ଜର୍ସି ନୁହେଁ ଷ୍ଟାଡିୟମ ପରିସରରେ ଟୋପି, ଜାତୀୟ ପତାକା ଆଦି ନେଇ ବ୍ୟବସାୟୀଙ୍କ ଭିଡ଼ ଜମିଲାଣି। ଜର୍ସିର ମୂଲ୍ୟ 150 ଟଙ୍କା, ଜାତୀୟ ପତାକା 10 ରୁ 20 ଟଙ୍କା, ଟୋପି 80 ରୁ 100 ଟଙ୍କା ଦରରେ ବିକ୍ରି ହେଉଛି । ତେବେ ମ୍ୟାଚ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ବାରବାଟୀରେ ପସରା ମେଲାଇବେ। ଏହାସହ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ