ଓଡିଶା

odisha

ETV Bharat / state

ତେଜୁଛି ଭୋଟ ବର୍ଜନ ଧମକ, ଚିନ୍ତାରେ ପ୍ରଶାସନ

ଭୋଟ ବର୍ଜନ ପାଇଁ ଧମକ ଦେଲେ ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ବଡ଼ପଣ୍ଡା ସାହିର ଗ୍ରାମବାସୀ । ଗାଁରେ ରୋଗ ସୃଷ୍ଟି କରୁଥିବା କୁକୁଡା ଫାର୍ମକୁ ବନ୍ଦ ନ କଲେ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ଗ୍ରାମବାସୀ ।

By

Published : Apr 13, 2019, 6:38 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ଖୋର୍ଦ୍ଧା

କଟକ: ଭୋଟ ବର୍ଜନ ପାଇଁ ଧମକ ଦେଲେ ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ବଡ଼ପଣ୍ଡା ସାହିର ଗ୍ରାମବାସୀ । ଗାଁରେ ହୋଇଥିବା କୁକୁ଼ଡା ଫାର୍ମ ଯୋଗୁଁ ଅଧିକାଂଶ ଲୋକେ ରୋଗରେ ପଡୁଛନ୍ତି । ଆଉ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ଏଣୁ ଯଦି ଏ ନେଇ କିଛି ପଦକ୍ଷେପ ନିଆଯିବ ନାହିଁ ତେବେ ଚଳିତ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ଗ୍ରାମବାସୀ ।

ଗତ କିଛି ବର୍ଷ ଧରି ବଡମ୍ବା ବ୍ଲକ୍ ହରିପୁର ବଡ଼ପଣ୍ଡା ସାହି ଜନବସତି ମଧ୍ୟରେ ନିତ୍ୟାନନ୍ଦ ପ୍ରଧାନ, ରବିନ୍ଦ୍ର ପ୍ରଧାନ 2ଟି କୁକୁଡ଼ା ଫାର୍ମ କରିଛନ୍ତି । ଏଥିଯୋଗୁଁ ଗ୍ରାମବାସୀ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏ ସମ୍ପର୍କରେ ଲୋକମାନେ ସ୍ଥାନୀୟ ଲୋକପ୍ରତିନିଧି, ଅଫିସର, ପୋଲିସକୁ ଅଭିଯୋଗ କରିଥିଲେ । ହେଲେ ଏତେ ସବୁ ସତ୍ତ୍ୱେ ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି ।

ଶେଷରେ ଏଥିରେ କ୍ଷୁବ୍ଧ ହୋଇ ଗ୍ରାମବାସୀ ଆଠଗଡ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି । ସହକାରୀ ଜିଲ୍ଲାପାଳ, ଆଠଗଡ ଡିଏସପି ଗ୍ରାମବାସୀଙ୍କ କଥାକୁ ନଜରରେ ରଖି ଏ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସହକାରୀ ଜିଲ୍ଲାପାଳ ଜଣାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details