କଟକ: ସିଲଭରସିଟିରେ ପାଳିତ ହୋଇଯାଇଛି ଡକ୍ଟର ହରେକୃଷ୍ଣ ମହତାବଙ୍କ 120 ତମ ଜନ୍ମଜୟନ୍ତୀ । ଏହି ମହାନ ପୁରୁଷ ଓଡ଼ିଆ ଜାତି ପାଇଁ କରିଥିବା ସେହି ସ୍ମରଣୀୟ ମହୁର୍ତ୍ତକୁ ମନେ ପକାଇଲା ସମଗ୍ର କଟକ ।
ଗୁରୁବାର ସାରଳା ଭବନରେ ଅନୁଷ୍ଠିତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ଅଵସରରେ ସମସ୍ତ ଜନସାଧାରଣଙ୍କୁ ମହାନ ବ୍ୟକ୍ତିଙ୍କର ଗାରିମା ଓ ଅବଦାନ ସମ୍ପର୍କରେ ବୁଝାଇଥିଲେ ମୁଖ୍ୟ ଅତିଥି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।
'ଓଡ଼ିଆ ଜାତିର ବିକାଶ ହରେକୃଷ୍ଣ ମହତାବ' କିପରି ଓଡ଼ିଆ ଜାତିର ବିକାଶ ହେବ ଓ ସାରା ଭାରତରେ ଏହି ଓଡ଼ିଆ ଭାଷା ଖ୍ୟାତି ଲାଭ କରିବ ସେଥିପାଇଁ ଡକ୍ଟର ମହତାବଙ୍କ ଅବଦାନ ଥିଲା ଅତୁଳନୀୟ । ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମ ସାରା ରାଜ୍ୟରେ ପାଳିତ ହେଉଛି ।
ତେବେ ଗୁରୁବାର ଅନୁଷ୍ଠିତ ଏହି ସଭାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଟକର ପୂର୍ବତନ ଓ ଵର୍ତ୍ତମାନର ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ