କଟକ: କଟକ ପାଲଟିଛି ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପେଣ୍ଠ ସ୍ଥଳ । ଗତ ଗୁରୁବାର ଦିନ ଡି-ବ୍ରଦର୍ସ ଏବଂ ତାଙ୍କର ୮ ସହଯୋଗୀମାନଙ୍କ ଠାରୁ ୧୬ ଟି ବନ୍ଧୁକ, ୧୦୯୫ଟି ଗୁଳି ଜବତ ହେବାର ସପ୍ତାହେ ନ ପୁରୁଣୁ ପୁଣି ଏକ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । କଟକ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ୭ଟି ଚୋରା ବନ୍ଧୁକ ସହ ୩୫ ରାଉଣ୍ଡ ଗୁଳି ଓ ଗୋଟିଏ ଇନୋଭା କାରକୁ ଜବତ କରିଛି ।
ବେଆଇନ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାଶ: 12 ଗିରଫ, 7 ବନ୍ଧୁକ ସମେତ 35 ରାଉଣ୍ଡ ଗୁଳି ଜବତ - କଟକରୁ 12 ଅପରାଧୀ ଗିରଫ
କଟକ ପାଲଟିଛି ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପେଣ୍ଠ ସ୍ଥଳ । ଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ଅଧିକ ପଢନ୍ତୁ...
ଏହା ସହିତ ଏହି ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ତିର୍ତ୍ତୋଳ ଥାନାର ହୋମଗାର୍ଡ ସ୍ମୃତି ରଞ୍ଜନ ଦାସ । ଗତ ଶୁକ୍ରବାର ଗିରଫ ହୋଇଥିବା ବନ୍ଧୁକ ବେପାରୀ ପ୍ରକାଶ ବେହେରା ହିଁ ଏମାନଙ୍କୁ ବନ୍ଧୁକ ବିକ୍ରି କରିଥିଲା । ଏହି ଅଭିଯୁକ୍ତମାନେ ସେହି ବନ୍ଧୁକକୁ ବିକ୍ରି କରିବା ସହ ଅପରାଧିକ କାର୍ଯ୍ୟକଳାପ ଘଟାଇବାରେ ମଧ୍ୟ ବ୍ୟବହାର କରୁଥିଲେ ।
ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଗତସିଂପୁର ଜିଲ୍ଲାରୁ ୯ ଜଣ ରହିଛନ୍ତି । ମୁଙ୍ଗେରରୁ ଭାୟା କଟକ ଦେଇ ଜଗତସିଂପୁରକୁ ଚୋରା ବନ୍ଧୁକ କାରବାର ହେଉଥିଲା । ଏକଥା ଜାଣିବା ପରେ କଟକ କମିସନରେଟ ପୋଲିସର ୩ଟି ଟିମ ଜଗତସିଂପୁରରେ ୪ ଦିନ ହେଲା ଡେରା ପକାଇ ଏମାନଙ୍କୁ ଗିରଫ କରିଛି । ତେବେ ତିର୍ତ୍ତୋଲ ଥାନାରେ ଡ୍ରାଇଭର ଭାବେ କାମ କରୁଥିବା ହୋମଗାର୍ଡ ସ୍ମୃତିରଞ୍ଜନ ଦାସ ଏହି ଚୋରା ବନ୍ଧୁକ ବେପାରୀଙ୍କ ସହ ମିଶି ବନ୍ଧୁକ କାରବାର କରିବା ସହ ସେମାନଙ୍କୁ ପୋଲିସ ଗତିବିଧି ବାବଦରେ ମଧ୍ୟ ସୁଚନା ଦେଉଥିଲା । ସେପଟେ ଅସ୍ତ୍ରଶସ୍ତ୍ର କାରବାର ନେଇ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ