କଟକ:କଟକରେ ପୁଣି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଥିବା ଅନୁମାାନ । ଏହି ଆକ୍ରମଣରେ 10ରୁ ଊର୍ଦ୍ଧ୍ବ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି ।
କଟକରେ ପୁଣି ଗୋଷ୍ଠୀ ସଂଘର୍ଷ । ବୁଲିଲା ଖଣ୍ଡା । ମଙ୍ଗଳବାର ଦିନ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ରହିଛି । ଏହି ଆକ୍ରମଣରେ ଉଭୟ ପକ୍ଷରୁ 10ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ..ଅଶାନ୍ତ ଗଞ୍ଜାମ: ଗୋଟିଏ ଦିନରେ ୨ ଯୁବକଙ୍କୁ ହତ୍ୟା
ସେପଟେ ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ଥିତି ମୁକାବିଲା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିବା ସହ ଉତ୍ତେଜନା ଯେପରି ଆଉ ନହୁଏ ତାହା ଉପରେ ନଜର ରଖିଛି । ଅନ୍ୟପଟେ ପୂର୍ବ ଶତ୍ରୁତାର ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।