କଟକ:ଧନତେରାସରେ ଧନ ବର୍ଷା । ଲାଭ ଉଠାଇଲେ ବ୍ୟବସାୟୀ । ଗୋଟିଏ ପଟେ ରୀତିନୀତି ଅନୁଯାୟୀ ଘରକୁ ସୁନା ଗହଣା କିଣି ନେଇଛନ୍ତି ଲୋକେ । ଅନ୍ୟପଟେ ଆକର୍ଷଣୀୟ ଅଫର ଦେଖାଇ ଭଲ ବ୍ୟବସାୟ କରି ବେଶ ଲାଭବାନ ହୋଇଛନ୍ତି ସୁନା ବ୍ୟବସାୟୀ । ଚଳିତବର୍ଷ 2 ଦିନ ଧନତେରସ ପାଳନ ହେଉଥିବାରୁ ଗତକାଲିର ରିପୋର୍ଟକାର୍ଡ଼ ଗତ ବର୍ଷ ତୁଳନାରେ ବେଶ ଅଧିକ ରହିଛି । ସୂଚନା ଅନୁସାରେ, ଗତ ବର୍ଷ ଯେତିକି ଲାଭ ଆସିଥିଲା ସେହି ଅନୁଯାୟୀ, 20% ଅଧିକ ଲାଭ ଚଳିତବର୍ଷ ହୋଇଥିବା ନେଇ ରାଜ୍ୟ ଅଳଙ୍କାର ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।
ଟ୍ବିନସିଟିରେ ପାଖାପାଖି 100 କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ରାଜ୍ୟରେ ମଧ୍ୟ ସେହି ଅନୁଯାୟୀ 500 କୋଟି ଟଙ୍କାର ବ୍ୟବସାୟ ହେଇଥିବା କହିଛନ୍ତି ରାଜ୍ୟ ଅଳଙ୍କାର ସଂଘ ସମ୍ପାଦକ ମହେଶ ବର୍ମା । ସେ କହିଛନ୍ତି, "ସୁନା ବ୍ୟବସାୟ ବଢିବାର ମୁଖ୍ୟ କାରଣ ହେଉଛି Hall Mark Unique Identifcation (HUID) ନମ୍ବର ।" ଜୁଲାଇ 2021ରେ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ସୁନା କିଣାବିକାରେ ଠକାମୀକୁ ରୋକିବା ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବା ନେଇ ପ୍ରୟାସ ଆରମ୍ଭ କରିଥିଲେ କେନ୍ଦ୍ରସରକାର ।
ଏହା ବି ପଢନ୍ତୁ...Dhanteras 2023: ସୁନା କିଣିବାକୁ ଅଳଙ୍କାର ଦୋକାନରେ ଖଚାଖଚ୍ ଭିଡ