ଓଡିଶା

odisha

ETV Bharat / state

ଭୁଲ ଇଞ୍ଜେକସନରେ ନାବାଳିକାର ମୃତ୍ୟୁ ଅଭିଯୋଗ, କ୍ଲିନିକ ଭଙ୍ଗାରୁଜା - ନିଆଳି ପୋଲିସ

ଡାକ୍ତରଙ୍କ ଭୁଲ ଇଞ୍ଜେକସନରୁ ଜଣେ 9ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନାବାଳିକା ପରିବାର ମୃତଦେହକୁ ଧରି  କ୍ଲିନିକ ଆଗରେ ବସିରହିବା ସହ କ୍ଲିନିକକୁ ଭଙ୍ଗାରୁଜା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 25, 2019, 5:54 PM IST

କଟକ: ନିଆଳି ଥାନା ଅନ୍ତର୍ଗତ ଗରଡା ଗ୍ରାମରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନରୁ ଜଣେ 9ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନାବାଳିକା ପରିବାର ମୃତଦେହକୁ ଧରି କ୍ଲିନିକ ଆଗରେ ବସିରହିବା ସହ କ୍ଲିନିକକୁ ଭଙ୍ଗାରୁଜା କରିଛନ୍ତି । ତେବେ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ଓ କମ୍ପାଉଣ୍ଡରକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ସୂଚନାଯୋଗ୍ୟ, ଗରଡା ଗ୍ରାମର ରୀତା ନାୟକଙ୍କ ଝିଅ ସୀମା ଅସୁସ୍ଥ ଥିଲା । ନିଆଳି ବଜାରରେ ଥିବା ଏକ ଘରୋଇ କ୍ଲିନିକକୁ ପରିବାର ଲୋକେ ଝିଅକୁ ନେଇ ଆସିଥିଲେ । ଡାକ୍ତର ଉକ୍ତ ଝିଅକୁ ଏକ ଇଞ୍ଜେକସନ ଦେବାପାଇଁ କମ୍ପାଉଣ୍ଡରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାଉଣ୍ଡର ଡାକ୍ତର ଲେଖିଥିବା ଇଞ୍ଜେକସନ ସୀମାକୁ ଦେଇଥିଲେ । ଇଞ୍ଜେକସନ ଦେବାର କିଛି ସମୟ ପରେ ସୀମା ନିସ୍ତୋଜ ହୋଇ ଯାଇଥିଲା । ସାଙ୍ଗରେ ଆସିଥିବା ସୀମାର ମା ଏକଥା ଡାକ୍ତରଙ୍କୁ ଜଣାଇଥିଲେ କିନ୍ତୁ ଡାକ୍ତର ସବୁ ଠିକ ହୋଇଯିବ ବୋଲି ନାବାଳିକାର ମାକୁ ଆଶ୍ବାସନା ଦେଇଥିଲେ।

କିନ୍ତୁ ପରେ ସୀମାକୁ ପରିବାର ଲୋକେ ନିକଟସ୍ଥ ନିଆଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ସୀମାକୁ ମୃତ ଘୋଷଣା କରିଥିଲେ । ମୃତ ସୀମାର ମୃତଦେହକୁ ନେଇ ତାଙ୍କ ମା ରୀତା ନାୟକ ଉକ୍ତ ଘରୋଇ କ୍ଲିନିକ ଆଗରେ ବସି ରହିବା ସହ କ୍ଲିନିକ ଭଙ୍ଗାରୁଜା କରିଥିଲେ। ତେବେ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ରାଧାନାଥ ପଣ୍ଡା ଓ କମ୍ପାଉଣ୍ଡର ସରୋଜ ସିଂହକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଡାକ୍ତର ଭୁଲ ଇଞ୍ଜେକସନ ଦେବା ଦ୍ବାରା ଝିଅର ମୃତ୍ୟୁ ହୋଇଛି ବୋଲି ଝିଅର ମା ରୀତା ନାୟକ ଅଭିଯୋଗ ଆଣିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details